ଆଉ କେତେ ଦିନ ଖାଇବା ଆନ୍ଧ୍ର ଅଣ୍ଡା ?

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ହେବାକୁ ୩୦ ବର୍ଷ ପୁରିଯିବ। ଏହି ସମୟ ମଧ୍ୟରେ ଅନୁଗୁଳରେ ବହୁ ଯୋଜନା କାର୍ଯ୍ୟକାରୀ ହୋଇଛି। ବିକାଶ ନାଁ ରେ ଅନେକ ଅର୍ଥ ବିନିଯୋଗ ହୋଇଛି ।କିନ୍ତୁ ପଛକୁ ଫେରି ଚାହିଁଲେ ଆମକୁ ଲାଗୁଚି ଆମେ ଯୋଉଠି କି ସେଇଠି।

ଚାରି ଦଶନ୍ଧି ତଳେ ଆମ ଅନୁଗୁଳରେ ସରକାରୀ କୁକୁଡ଼ା ଫାର୍ମ ଥିଲା। ଅନୁଗୁଳ ବାସୀ ଶସ୍ତାରେ ପର୍ଯ୍ୟାପ୍ତ।ଅଣ୍ଡା ଓ ଲେୟର କୁକୁଡ଼ା ମାଂସ ପାଉଥିଲେ। ଆଜି ଚାଳିଶ ବର୍ଷ ପରେ ଆମେ ଖାଉଛୁ ଆନ୍ଧ୍ର ଅଣ୍ଡା, ଗୋଟା ସାତ ଟଙ୍କା ଆଉ ମାଂସ ଲେୟର କୁକୁଡ଼ା ହେଲେ।କେଜି ୪୦୦,ବ୍ରଏଲର ହେଲେ ୨୦୦ ଟଙ୍କା।କୁହାଯାଏ ଅଣ୍ଡା ଗରିବ ଲୋକର ପ୍ରୋଟିନ। କିନ୍ତୁ।ଆଜିଯାଏ ଏ କ୍ଷେତ୍ରରେ ଆମ ଜିଲ୍ଲା ଢେର ପଛୁଆ।

ଭାରତରେ ଆନ୍ଧ୍ର, ତାମିଲନାଡୁ, ମହାରାଷ୍ଟ୍ର ଅଣ୍ଡା ଉତ୍ପାଦନରେ ଆଗୁଆ ରାଜ୍ୟ। ଜିଲ୍କା ମଧ୍ୟରେ ଢେଙ୍କାନାଳ, ବଲାଙ୍ଗିର ଓ ଗଂଜାମ ଜିଲ୍ଲା ଅଣ୍ଡା ଉତ୍ପାଦନରେ ଆଗୁଆ ଜିଲ୍ଲା। ଏକ ଆକଳନରୁ ଜଣାପଡ଼ିଛି ଆମ ଜିଲ୍ଲାରେ
ଦୈନିକ ଅଣ୍ଡା ଉତ୍ପାଦନ ହେଉଛି ୮୦ ହଜାର।କିନ୍ତୁ ଲୋକ ସଂଖ୍ୟା ଅନୁସାରେ ଆମର ଦୈନିକ ଚାହିଦା ହେଉଛି ଦେଢ଼ ଲକ୍ଷ ରୁ ଲକ୍ଷେ ସତୁରି ହଜାର। ଏଣୁ ଅନୁଗୁଳକୁ ସପ୍ତାହରେ ଆନ୍ଧ୍ରରୁ ୪ ରୁ ୫ ଟ୍ରିପ ଅଣ୍ଡା ଆସୁଛି। ଆଜିର ଫାଷ୍ଟ ଫୁଡ଼ ଜମାନାରେ ଆନ୍ଧ୍ର ମଧ୍ୟ ଅଣ୍ଡା ଚାହିଦା ମୁତାବକ ଯୋଗାଇ ପାରୁନାହିଁ। ତେଣୁ ମାର୍କେଟରେ ଅଣ୍ଡା ଦର ସବୁବେଳେ ଉଚ୍ଚା ରହୁଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଚେତନତା ଅଭାବରୁ ଚାଷୀ ମାନେ ଲେୟର ବାର୍ଡ ଫାର୍ମ କରିବାକୁ ପଛ ଘୁଞ୍ଚା ଦେଉଛନ୍ତି।ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଲାଭ ଉଠାଇ ପାରୁନାହାନ୍ତି।

ଲେୟର ବାର୍ଡ ଫାର୍ମ ପାଇଁ ପ୍ରାୟ କୋଟିଏ ରୁ ଦେଢ଼ କୋଟି ଟଙ୍କାର ଆବଶ୍ୟକତା ଥିବା ବେଳେ ବ୍ରଏଲର ଫାର୍ମ ବହୁତ କମ ଅର୍ଥରେ ହେଉଥିବାରୁ ଏଥିପ୍ରତି ଚାଷୀ ଅଧିକ ଆକର୍ଷିତ ହେଉଛନ୍ତି। ତେବେ ଶେଷରେ ଏତିକି କୁହା ଯାଇପାରେ ଆନ୍ଧ୍ର କବଳରୁ ମୁକ୍ତି ପାଇଁ ଜିଲ୍କା ପ୍ରଶାସନକୁ ଏବେ ଠାରୁ ଚିନ୍ତା କରିବାକୁ ହେବ ।

Leave A Reply

Your email address will not be published.

error: Content is protected !!