ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗ ଗୁଜୁରାଟିପଡ଼ା ଛକରୁ ଗତ ଶୁକ୍ରବାର ଜଣେ ନାବାଳିକାଙ୍କ ବେକରୁ ସୁନା ଚେନ୍ ଲୁଟ ଏବଂ ବିଇଡ଼ି କଲେଜ ନିକଟରୁ ଯୁବତୀଙ୍କ ସାଇକେଲ୍ରୁ ଭ୍ୟାନିଟି ବ୍ୟାଗ୍ ଛଡ଼ାଇ ନେବା ଘଟଣାରେ ସଂପୃକ୍ତ ଲୁଟେରାକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ନାଲ୍କୋନଗର ଥାନା କନିଆଁବେଡ଼ା ଗ୍ରାମର ଚିନୁ ଓରଫ୍ ଚିନ୍ମୟ (୨୪)। ମଙ୍ଗଳବାର ଅପରାହ୍ନରେ ଅନୁଗୁଳ ବଜାରରେ ବୁଲୁଥିବା ବେଳେ ଥାନା ଏସ୍ଆଇ ପ୍ରକାଶ ମାଝିଙ୍କ ନେତୃତ୍ବରେ ପୁଲିସ ଟିମ୍ ଚିନୁକୁ କାବୁ କରି ନେଇଥିଲା। ସେ ଏକ ବୁଲେଟ ମଟର ସାଇକେଲ୍ରେ ବୁଲୁଥିବା ବେଳେ ପୁଲିସ ନଜରରେ ପଡ଼ିଥିଲା। ଚିନୁକୁ ମଙ୍ଗଳବାର କୋର୍ଚ୍ଚାଲାଣ କରାଯାଇଥିବା ପୁଲିସ ପ୍ରକାଶ କରିଛି।
ଚେନ୍ ଲୁଟେରକୁ ମାଡ଼ି ବସିଲା ପୁଲିସ
- Post published:December 1, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul