ବିଜୁ ମଇଦାନରେ ଚକାଡୋଳା କପ୍ ଉଦଘାଟିତ, ପ୍ରଥମ ମ୍ୟାଚରେ ଲୁଟୁ ୱାରିୟର୍ସ ବିଜୟୀ

You are currently viewing ବିଜୁ ମଇଦାନରେ ଚକାଡୋଳା କପ୍ ଉଦଘାଟିତ, ପ୍ରଥମ ମ୍ୟାଚରେ ଲୁଟୁ ୱାରିୟର୍ସ ବିଜୟୀ

ଅନୁଗୁଳ: ସ୍ଥାନୀୟ ବିଜୁ ମଇଦାନରେ ଆଜିଠାରୁ ଆରମ୍ଭ ହୋଇଛି ଚକାଡୋଳା କପ୍। ଅନୁଗୁଳର ରୟାଲ ମାଷ୍ଟର୍ସ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ଫ୍ଲଡ୍ ଲାଇଟ୍ କ୍ରିକେଟ୍ ପ୍ରତିଯୋଗିତାକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସେଠ ଉଦ୍ଘାଟନ କରିଥିଲେ। ପୂର୍ବତନ ନଗରପାଳ ଶକ୍ତିପ୍ରସାଦ ପଟ୍ଟନାୟକ, କରଣ ସିଂ ସିକ୍ୟୁରିଟି ଗ୍ରୁପ୍ର ମୁଖ୍ୟ ଭବାନୀ ଶଙ୍କର ନାୟକ, କାଞ୍ଚନ ସେରାମିକ୍ର ପରିଚାଳନା ନିର୍ଦ୍ଦେଶକ ଦିନେଶ ନନ୍ଦ, ବରିଷ୍ଠ ସାମ୍ବାଦିକ ଅନୀଲ ପ୍ରଧାନ, ପତିତପାବନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଲୁଟୁ ୱାରିୟର୍ସ ଓ ବ୍ରାଇଟ୍ ରେଡ୍ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ଲୁଟୁ ୱାରିୟର୍ସ ବିଜୟୀ ହୋଇଥିଲା। ସେହିପରି ଦ୍ବିତୀୟ ମ୍ୟାଚ୍ ହମାମିରା ଏମଜିସିସି ଓ ଅନୁଗୁଳର କ୍ରିକେଟ୍ ଏଣ୍ଟରଟେନର ମଧ୍ୟ ଖେଳାଯାଇଥିଲା। ଶନିବାର ପ୍ରତିଯୋଗିତାର ଦ୍ବିତୀୟ ଗ୍ରୁପ୍ର ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳାଯିବ। ଫ୍ଲଡ୍ ଲାଇଟ୍ରେ ହେଉଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବଛାବଛା ୮ଟି ଦଳ ଭାଗ ନେଇଛନ୍ତି।

ଆସନ୍ତା ୨୬ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଅନୁଗୁଳ ରୟାଲ ମାଷ୍ଟର୍ସ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ମ୍ୟାଚକୁ କ୍ଲବ୍ ସଭାପତି କମଳାକାନ୍ତ ସାହୁ, ଉପସଭାପତି ସୌମ୍ୟରଂଜନ ସାହୁ, ସଂପାଦକ ଆଦର୍ଶ ସାହୁ, ସହ ସଂପାଦକ ଚନ୍ଦନ କୁମାର ସାହୁ ପରିଚାଳନା କରୁଛନ୍ତି।

Share

Leave a Reply