ଚକାଡୋଳା ଏକାଦଶ କ୍ରିକେଟ ଟିମ୍ ଗଠିତ

You are currently viewing ଚକାଡୋଳା ଏକାଦଶ କ୍ରିକେଟ ଟିମ୍ ଗଠିତ

ଅନୁଗୁଳ: ଅନୁଗୁଳରେ ନିକଟରେ ଏକ ନୂଆ ଦମଦାର ଫାଇଟର କ୍ରିକେଟ ଟିମ୍ ଗଠିତ ହୋଇଛି। ଟିମ୍ ର ପରିଚାଳନା ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ସାହୁ ରହିଥିବା ବେଳେ ଦଳର କ୍ୟାପଟେନ୍ ଭାବେ ମନ୍ଥନ ବାରିକ୍ ଓ ଟିମ୍ ମ୍ୟାନେଜର ଭାବେ ନିଶାନ ନରେଶ ରହିଛନ୍ତି।ସ୍ଥାନୀୟ ଏକ ହୋଟେଲରେ ଏଥିନେଇ ଏକ ଆନୁଷ୍ଠାନିକ ସମାରୋହ ଆୟୋଜିତ ହୋଇଥିଲା। ସମାରୋହରେ ଟିମ୍ ନିର୍ଦ୍ଦେଶକ ସୌମ୍ୟରଞ୍ଜନ ସାହୁ ଟିମ୍ ରେ ବଛାବଛା ଖେଳାଳୀ ଅଛନ୍ତି ଏବଂ ଏହା ଜିଲ୍ଲା ରେ ଅନ୍ୟତମ ଶ୍ରେଷ୍ଠ ଟିମ୍ ଭାବେ ଗଢ଼ି ଉଠିବ ବୋଲି କହିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଏହି ଦଳ ଭାଗ ନେଇ ତାର ସୁନାମ ବଜାୟ ରଖିବ ବୋଲି ଶ୍ରୀ ସାହୁ ଉଲ୍ଲେଖ କରିଥିଲେ। ସମାରୋହରେ ଦଳର ଖେଳାଳି ଓ ସହରର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Share

Leave a Reply