ଅନୁଗୁଳ: ଅନୁଗୁଳ ସଭାଘର ନିକଟରେ ଦୀର୍ଘଦିନ ହେଲା ଟୋପି ରୁମାଲ ବେଲଟ ଆଦି ବିକୁଥିବା ଦୋକାନୀ ଜଣକର ବେଳା ଆଜି ଭଲ ନଥିଲା ବୋଧ ହୁଏ। ଦୋକାନୀର ଟିକେ ଦୋଷ ମଧ୍ୟ ଅଛି। ମଉକା ଦେଖି ଝିଅ
ବୋହୂଙ୍କୁ କମେଣ୍ଟ ମାରିବା ତା କାମ। ଯୋଗକୁ ଆଜି ଭାଲେନ୍ଟାଇଁନ ଡେ’। ଦିନ ବାରଟା ବେଳକୁ ଦୁଇ ଜଣ ମହିଳା ସେ ରାସ୍ତା ଦେଇ ଯାଉଥିବା ବେଳେ ଦୋକାନୀ ଜଣକ କମେଣ୍ଟ୍ ମାରିବା ଆରମ୍ଭ କରିଦେଲେ। ଏହାଦେଖି ଦୁଇ ମହିଳା ପାଖକୁ ଆସି ଚପଲ ଖୋଲି ଦୋକାନିକୁ ନିର୍ଦ୍ଧୁମ ସେକି ଦେଇଗଲେ। ସେତି କିରେ ରାଗ ଶାନ୍ତ ହେଲା ନାହିଁ। ସ୍ବାମୀଙ୍କୁ ଖବର ଦେଲେ ସେ ମଧ୍ୟ ଆସି ନିର୍ଦ୍ଧୁମ ପିଟିବା ସହ ଦୋକାନ ଜିନିଷ ଫୋପାଡି ଦେଲେ। ବିଚରା ଦୋକାନୀ ଜଣକ ଭୁଲ ମାଗି ଦୋକାନ ବନ୍ଦ କରି ଘରକୁ ପଳେଇଲେ ।
ଭାଲେଣ୍ଟାଇଁନ ଡେ’ ମହଙ୍ଗା ପଡିଲା: ଚପଲ ମାଡ଼ରେ ଦୋକାନୀ ଘାୟଲ
