ଅନୁଗୁଳ: ତାପସ ସରଘରିଆ ନିର୍ଦ୍ଦେଶିତ, ହିମାଦ୍ରି ତନୟା ଦାସ ପ୍ରଯୋଜିତ ସିନେମା “ଚାରିଧାମ” ଆସନ୍ତା ୨୫ ତାରିଖରେ ଶୁଭମୁକ୍ତି ହେବାକୁ ଯାଉଛି। ନାୟକ ଭୂମିକାରେ ଅଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି। ତାଙ୍କ ବିପକ୍ଷରେ ରହିବେ ଅନୁରାଧା ପାଣିଗ୍ରାହୀ । ମୁଖ୍ୟ ସହଯୋଗୀ ଭୂମିକାରେ ଅଛନ୍ତି ସୁକାନ୍ତ ରଥ ଏବଂ ଅନୁଗୁଳ ମାଟିର ପୁଅ ଅଶୋକ ଦାସ। ଅନୁଭବଙ୍କ ବାପା ଭୂମିକାରେ ଅଶୋକ ଦାସଙ୍କ ଜବରଦସ୍ତ ଅଭିନୟ ସମସ୍ତଙ୍କ ମନ ଛୁଇଁବ ବୋଲି କୁହା ଯାଉଛି।ସୋମେଶ ଶତପଥୀ ଏବଂ ବୈଦ୍ୟନାଥ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତ ଗୁଡ଼ିକ ମଧ୍ୟ ପୂଜା ବଜାରରେ ଦର୍ଶକଙ୍କୁ ବାନ୍ଧି ରଖିବ ନିଶ୍ଚୟ।
ସାଂପ୍ରତିକ ସମାଜରେ ପୁଅ ମାନେ ବାପା ମା’ଙ୍କୁ ଭୁଲି ଅବହେଳା କରୁଛନ୍ତି। କେହି କେହି ସେମାନଙ୍କୁ ଜରାଶ୍ରମରେ ଛାଡ଼ି ଦେଉଛନ୍ତି ।କିନ୍ତୁ ବାପା ମା’ଙ୍କ ସେବା କରିବା ହେଲା ଚାରିଧାମ ର ପୁଣ୍ୟ ଅର୍ଜନ କରିବା। ଏଭଳି ଏକ ବଳିଷ୍ଠ କାହାଣୀକୁ ନେଇ ପୁଜା ବଜାରରେ ଚାରିଧାମ ନିଶ୍ଚୟ ଲୋକାଦୃତ ହେବ ବୋଲି ଆଶା କରାଯାଉଛି। ସିନେମାଟି ନୈତିକତା ସହ ମନୋରଞ୍ଜନରେ ପରିପୂର୍ଣ୍ଣ। ତେଣୁ ଏହାକୁ ପରିବାରର ସାରା ସଦସ୍ୟ ଦେଖିବାକୁ ଅଭିନେତା ଅଶୋକ ଦାସ ନିବେଦନ କରିଛନ୍ତି।ରାଜଶ୍ରୀ ପ୍ରଡକ୍ସନ ବିତରକ ଦାୟିତ୍ଵ ସୁଚାରୁ ରୂପେ କରିବ ବୋଲି ଆଶା କରାଯାଉଛି।


