ଗାଡ଼ିରୁ ବେଆଇନ ଚାନ୍ଦା ଆଦାୟ ଅଭିଯୋଗ, ତିନି ଗିରଫ

You are currently viewing ଗାଡ଼ିରୁ ବେଆଇନ ଚାନ୍ଦା ଆଦାୟ ଅଭିଯୋଗ, ତିନି ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟ୍ଟା ଗାଁରେ କାଳୀପୂଜା ପାଇଁ ଗାଡ଼ି ଚାଳକଙ୍କଠାରୁ ବେଆଇନ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫମାନେ ହେଲେ ଉମାକାନ୍ତ ପ୍ରଧାନ, ସୁଧାକର ଦେହୁରୀ ଓ ତପନ କୁମାର ପ୍ରଧାନ।

ସୂଚନା ଅନୁସାରେ, ଛେଣ୍ଡିପଦା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବାଲିପଟ୍ଟା ଗ୍ରାମରେ ବେଆଇନ ଚାନ୍ଦା ଆଦାୟ ହେଉଥିବା ଜାଣିବାକୁ ପାଇଥିଲେ। ଖବର ପାଇ ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ କିଛି ଯୁବକ ଲାଠି ଧରି ଟ୍ରକରୁ ଚାନ୍ଦା ଆଦାୟ କରୁଥିବା ଦେଖିବାକୁ ପାଇଥିଲେ। ପୋଲିସକୁ ଦେଖି ଯୁବକମାନେ ଫେରାର ହୋଇଯାଇଥିବା ବେଳେ ବାଲିପଟ୍ଟା ଗ୍ରାମର ଉମାକାନ୍ତ ପ୍ରଧାନଙ୍କୁ କାବୁ କରିଥିଲା। ଉମାକାନ୍ତଙ୍କୁ ପଚରାଉଚରା କରିବା ପରେ ସେମାନେ ଚାନ୍ଦା ଆଦାୟ କରୁଥିବା ସ୍ବୀକାର କରିବା ସହ ସାଥୀଙ୍କ ନାମ ପ୍ରକାଶ କରିଥିଲେ। ପୋଲିସ ଉମାକାନ୍ତଙ୍କ ଠାରୁ ବେଆଇନ ଚାନ୍ଦା ଆଦାୟ ହୋଇଥିବା ୨୧୬୦ ଟଙ୍କା ଜବତ କରିଥିଲେ । ଏ ନେଇ ପୋଲିସ ଛେଣ୍ଡିପଦା ଥାନାରେ କେସ ନଂ ୪୫୬/୨୩ରେ ଏକ ମାମଲା ରୁଜୁ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply