ନାରଣ ସାଗର କୂଳରେ ଛଟ ପୂଜା: ୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାବେଶ

You are currently viewing ନାରଣ ସାଗର କୂଳରେ ଛଟ ପୂଜା: ୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାବେଶ

ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୁଳ ନାରଣ ସାଗର କୂଳରେ ଛଟ ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ବିହାର,ଝାଡ଼ଖଣ୍ଡ,ୟୁପି ଅଞ୍ଚଳର ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ଚଉରା ମୂଳେ ଷଠି ଦେବୀଙ୍କ ପୂଜା କରିବା ସହ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ। ବିଶ୍ୱାସ କରାଯାଏ ଷଠି ଦେବୀ ଓ ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ୱାରା ପରିବାରର କଲ୍ୟାଣ ହେବା ସହ ସମୃଦ୍ଧି ପ୍ରାପ୍ତି ହୋଇଥାଏ।

ଚଳିତ ବର୍ଷ ପ୍ରାୟ ୫ ହଜାର ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା।ପ୍ରବଳ ଭିଡ଼ ଯୋଗୁଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା।ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ହୋଇ ରହିଥିଲେ।ସନ୍ଧ୍ୟାରେ ମଗଧ ଯୁବ ବିକାଶ ସମିତି ପକ୍ଷରୁ ସମାବେଶ ଆୟୋଜିତ ହୋଇଥିବା ବେଳେ ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ,ବରିଷ୍ଠ ଆଇନଜୀବି ପ୍ରଦୀପ ଦେବତା ପ୍ରମୁଖ ନାରଣ ସାଗର କୂଳକୁ ଯାଇ ଦୀପ ଲଗାଇ ଥିଲେ।

ଅନୁଷ୍ଠାନର ସଭାପତି ସୁମିତ କୁମାର,ସମ୍ପାଦକ ସୁକାନ୍ତ କୁମାର ମାଝୀ, ଉପ ସଭାପତି ସଞ୍ଜୟ ଯାଦବ,ସହ ସମ୍ପାଦକ ଜିତେନ୍ଦ୍ର ପ୍ରସାଦ ଏବଂ କୋଷାଧ୍ୟକ୍ଷ ବରିନ୍ଦର ସିଂହ ପ୍ରମୁଖ ବିଧାୟକ ଓ ଅନ୍ୟାନ୍ୟ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ମଙ୍ଗଳବାର ସକାଳେ ଉଦିତ ସୁର୍ଯ୍ୟଙ୍କୁ ପୂଜା ସହ ଛଟ ପୂଜା ଓ ବ୍ରତ ସମ୍ପନ୍ନ ହେବ ବୋଲି ସମିତିର କାର୍ଯ୍ୟକର୍ତ୍ତା ଜଣାଇଛନ୍ତି।

Share

Leave a Reply