ଅଭିନବ ଉପାୟରେ ଠକେଇ, ଭୁଲ ସ୍କ୍ରିନ ସର୍ଟ ଦେଖାଇ ନେଇଯାଉଛନ୍ତି ଟଙ୍କା

You are currently viewing ଅଭିନବ ଉପାୟରେ ଠକେଇ, ଭୁଲ ସ୍କ୍ରିନ ସର୍ଟ ଦେଖାଇ ନେଇଯାଉଛନ୍ତି ଟଙ୍କା

ଅନୁଗୁଳ: ଲୋକଙ୍କୁ ଠକିବାକୁ ଏବେ ଠକମାନେ ନୂଆ ନୂଆ ଉପାୟ ଆପଣାଉଛନ୍ତି। କିଏ ଅନଲାଇନରେ ଠକେଇ କରି ଆକାଉଣ୍ଟ ଫାଙ୍କା କରିଦଉଛି ତ ଆଉ କିଏ ଭୁଲ କ୍ୟୁଆର କୋର୍ଡ ଦେଖାଇ ଟଙ୍କା ଲୁଟୁଛି। ତେବେ ବର୍ତ୍ତମାନ ଅନୁଗୁଳ ସହରରେ ଏକ ନୂଆ ଢଙ୍ଗରେ ଲୁଟ କରୁଥିବା ଲୁଟେରା ଗ୍ୟାଙ୍ଗ ମାତିଛନ୍ତି।

ଠକମାନେ ସହରର ବିଭିନ୍ନ ଏଟିଏମ୍ ପାଖରେ ରହି ଟଙ୍କା ଡିପୋଜିଟ୍ କରିବାକୁ ଆସୁଥିବା ଗ୍ରାହକଙ୍କୁ ଟାର୍ଗେଟ କରୁଛନ୍ତି। ଲୋକମାନେ ଟଙ୍କା ଡିପୋଜିଟ୍ ବେଳେ ସେମାନେ ଏଟିଏମ୍ କାଉଣ୍ଟରରେ ପହଞ୍ଚି କାକୁତି ମିନତି ହୋଇ ଜରୁରୀ ନଗଦ ଟଙ୍କା ଦରକାର ଅଛି ଓ ସେତିକି ଟଙ୍କା ଫୋନ ପେରେ ପଠାଉଛୁ କହୁଛନ୍ତି। କିନ୍ତୁ ସତରେ ପଇସା ପଠାଇବା ବଦଳରେ ସେମାନେ ମିଛ ଫୋନ ସ୍କ୍ରିନ ସର୍ଟ ଦେଖାଇ ସେଠାରୁ ଚମ୍ପଟ ମାରୁଛନ୍ତି।
ନିକଟରେ ଶଙ୍କର ସିନେମା ରୋଡ଼ ୟୁନିଅନ ବ୍ୟାଙ୍କ ଏଟିଏମରୁ ଏଭଳି ଢଙ୍ଗରେ ଜଣେ ବ୍ୟବସାୟୀଙ୍କ ଠାରୁ ଠକ ଆଠ ହଜାର ଟଙ୍କା ଠକି ନେଇଛନ୍ତି। ଏ ନେଇ ବ୍ୟବସାୟୀ ପୁଲିସରେ ଅଭିଯୋଗ କରିଛନ୍ତି।

Share

Leave a Reply