CADLAB

ଖଣି ସମ୍ପ୍ରସାରଣକୁ ବିରୋଧ, ପୁଲିସ ଗ୍ରାମବାସୀ ମୁହାଁମୁହିଁ, ମହିଳା ଗୁରୁତର

0

ଅନୁଗୁଳ: ଏମସିଏଲର ଚାଲ ଆଜି ଫସରଫାଟିଛି। ପୁଲିସ ଲଗାଇ କ୍ଷତିଗସ୍ତ ଜରଡ଼ା ଗ୍ରାମବାସୀଙ୍କ ଅଜାଣତରେ ଖଣିର ମାଟି ଖୋଳୁଥିବାବେଳେ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ବୁଧବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ଏହି ଘଟଣାରେ ୬୦ ଜଣକୁ ଗିରଫ କରିଛି। ଏହି ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ୪ ପ୍ଲାଟୁନ ଫୋର୍ସ ମୃତୟନ ହୋଇଛନ୍ତି। ସୂଚନା ଯେ, କଣିହାଁ ବ୍ଲକ ଜରଡ଼ା ଗ୍ରାମର ବସ୍ତି ଠାରୁ ୨୦୦ ମିଟର ଦୂରରେ ଖଣି ଖୋଳା ଚାଲିଛି। ତେବେ ଏମସିଏଲ୍ ମାତ୍ର ୬୦ ମିଟର ରଖି ବାକି ଜମି କାଟିବା ପାଇଁ ଆସିଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏମସିଏଲ ପୂର୍ବରୁ ଏହିପରି ବାରମ୍ବାର କାଟି ଆସୁଛି। କିନ୍ତୁ ଏମସିଏଲ୍ ଦେଇଥିବା ପ୍ରତିଶୁତି ପୂରଣ କରିନଥିବାରୁ ଗ୍ରାମବାସୀ ଖଣି ସମ୍ପ୍ରସାରଣକୁ ବିରୋଧ କରରୁଛନ୍ତି। ଗାଁ ସୀମା ଠାରୁ ୬୦ ମିଟରକୁ ବାଦ ଦେଇ ଅନ୍ୟ ଜାଗାରେ ସମ୍ପ୍ରସାରଣ କରିବା ପାଇଁ ଗ୍ରାମବାସୀ, ଏମସିଏଲ୍ ଏବଂ ପ୍ରଶାସନ ଅଧିକାରୀଙ୍କୁ ନେଇ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହେଇଥିଲା। ବୈଠକର ନିଷ୍ପତ୍ତି ଅନୁସାରେ ଗ୍ରାମବାସୀଙ୍କୁ ପ୍ରସ୍ଥାବିତ ପଥରମୁଣ୍ଡା ଜମିଜମାରେ ଅବସ୍ଥାନ କରିବା ପାଇଁ ଏମସିଏଲ୍ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଏମସିଏଲ୍ ଦେଇଥିବା ପ୍ରତିଶ୍ରୁତି ପାଳନ କରୁନାହିଁ। ଏ ନେଇ ୧୫ ଦିନ ହେଲା ଗ୍ରାମବାସୀ ଖଣି ସମ୍ପ୍ରସାରଣକୁ ବିରୋଧ କରି ଆସୁଥିଲେ। ଏହାମଧ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତ ୩ ତାରିଖରେ କଣିହାଁ ଓସିପି କାର୍ଯ୍ୟାଳୟଠାରେ ଏକ ବୈଠକ ବସିଥିଲା। ପରବର୍ତ୍ତୀ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏଭଳି ଦୁଇ ଦୁଇ ଥର ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା। ତେବେ ଏମସିଏଲ ଆଜି ପୁଲିସ ପ୍ରଶାସନ ଲଗାଇ ଜୋରବରଦସ୍ତ ଗ୍ରାମର ଯାତ୍ରାପଦା ସାହି ପୋଖରୀ ଆଡ଼କୁ ଅଗ୍ରସର ହେଉଥିବାବେଳେ ଗ୍ରାମର ଶହ ଶହ ପୁରୁଷ ଏବଂ ମହିଳା ଏହାକୁ ବିରୋଧ କରିଥିଲେ। ଫଳରେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁ ମୁହିଁ ହୋଇଥିଲେ। ଗ୍ରାମବାସୀ ଦାବି ପୂରଣ ନହେବାରୁ ବିରୋଧ କରିବାଥିବା ଗ୍ରାମ ସଭାପତି ପାଣ୍ଡବ କୁମାର ସାହୁ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଯଶୋଦା ବେହେରା(୫୦) ଗୁରୁତର ଆହତ ହୋଇଥିବାରୁ ତାଙ୍କୁ କଣିହାଁ ସିଏଚସିରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.