ନିଯୁକ୍ତି ଦାବିରେ ଛେଳିଆ କ୍ଷତିଗ୍ରସ୍ତ ପ୍ରଜାଙ୍କ ଅନଶନ

You are currently viewing ନିଯୁକ୍ତି ଦାବିରେ ଛେଳିଆ କ୍ଷତିଗ୍ରସ୍ତ ପ୍ରଜାଙ୍କ ଅନଶନ

ଅନୁଗୁଳ: ଏମ୍‌ସିଏଲ୍‌ର କଣିହାଁ ଓସିପି ଦ୍ବାରା କ୍ଷତିଗ୍ରସ୍ତ ଛେଳିଆ ଗ୍ରାମର ପ୍ରଜା ନିଯୁକ୍ତି ଦାବିରେ ସୋମବାର ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆରମ୍ଭ କରିଛନ୍ତି। କଣିହାଁ ଓସିପି ଦ୍ବାରା କ୍ଷତିଗ୍ରସ୍ତ ଏବଂ ବିସ୍ଥାପିତ ପ୍ରଜା ନିଯୁକ୍ତି ନେଇ ବାରମ୍ବାର ଆବେଦନ କରୁଥିଲେ ମଧ୍ୟ ଏମ୍‌ସିଏଲ୍ କର୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁନଥିବା ପ୍ରଜାମାନେ ଅଭିଯୋଗ କରିଛନ୍ତି।ମାର୍ଚ୍ଚ ୨୦୨୨ ରେ ଏଥିନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାପରେ ମଧ୍ୟ ଏମ୍‌ସିଏଲ୍ ବିସ୍ଥାପିତ ପ୍ରଜା ମାନଙ୍କ ଦୁଃଖ ଶୁଣୁ ନଥିବାରୁ ପ୍ରଜାମାନେ ଉଦବେଗ ପ୍ରକାଶ କରିଛନ୍ତି। ନିଯୁକ୍ତି ଅଭାବରୁ ବହୁ ଦୁଃଖ କଷ୍ଟରେ ଚଳୁଥିବା ପ୍ରଜାମାନେ ଶେଷରେ ଅନ୍ୟ ଉପାୟ ନପାଇ ଅନଶନକୁ ଓଲ୍ହାଇଛନ୍ତି । ସତୁରୀରୁ ଉର୍ଦ୍ଧ୍ବ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଛନ୍ତି।

Share

Leave a Reply