ଚେନ୍ ଲୁଟ୍ ଉଦ୍ୟମ ବିଫଳ, ଦୁଇ ଥାନାରେ ଅଟକ

You are currently viewing ଚେନ୍ ଲୁଟ୍ ଉଦ୍ୟମ ବିଫଳ, ଦୁଇ ଥାନାରେ ଅଟକ

ଅନୁଗୁଳ: ଆତଙ୍କ ଖେଳାଇଛନ୍ତି ଚେନ୍ ଲୁଟେରା । ଗତ କିଛି ଦିନ ହେଲା ଅନୁଗୁଳ ସହରରେ ଚେନ୍ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିଛି । ମାଳ ମାଳ ସିସିଟିଭି ସଙ୍ଗେ ସେମାନଙ୍କ ସମ୍ପର୍କରେ ବିନ୍ଦୁବିସର୍ଗ ଟେର୍ ପାଉନି ପୁଲିସ୍ । ସେପଟେ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଗତ ମାସକ ମଧ୍ୟରେ ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ୫ରୁ ଅଧିକ ଚେନ୍ ଲୁଟ୍ ହେଲାଣି । ଶୁକ୍ରବାର ସନ୍ଧ୍ୟାରେ ତିନି ଜଣ ଚେନ୍ ଲୁଟେରାଙ୍କ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି । ଦୁର୍ବୃତ୍ତ ମାନେ ଜଣେ ମହିଳାଙ୍କଠାରୁ ଚେନ୍ ଝାମ୍ପୁଥିବା ବେଳେ ଲୋକଙ୍କ ହାତରେ ଧରାପଡ଼ି ଉତ୍ତମମଧ୍ୟମ ଖାଇଛନ୍ତି । ସ୍ଥାନୀୟ ଲୋକ ଦୁଇ ଦୁର୍ବୃତ୍ତଙ୍କୁ କାବୁ କରି ଅନୁଗୁଳ ପୁଲିସ୍ ଜିମା ଦେଇଥିବା ବେଳେ ଜଣେ ଖସି ଯାଇଛି। ମିଳିଥିବା ସୂଚନା ମୁତାବକ ଶୁକ୍ରବାର ସନ୍ଧ୍ୟାରେ ଗାନ୍ଧିମାର୍ଗ କଲ୍ୟାଣୀ ନସିଂହୋମ୍ ନିକଟରେ ଏହି ଛିନ୍‌ତାଇ ହୋଇଥିଲା । ଦୁର୍ବୃତ୍ତ ମାନେ ଜଣେ ମହିଳାଙ୍କ ଠାରୁ ଚେନ୍ ଲୁଟିବାକୁ ଉଦ୍ୟମ କରୁଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ । a

Share

Leave a Reply