ଅନୁଗୁଳ: ଏକ ମାରପିଟ୍ ମାମଲାର ଶୁଣାଣି କରି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କନିଷ୍ଠ ବିଚାର ବିଭାଗୀୟ ଦେୱାନୀ ଅଦାଲତ ୪ ଜଣଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନଙ୍କୁ ମୁକ୍ତ କରିବା ସହ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କୁମ୍ଭାରସାହିରର ସୁନୀଲ ସାହୁ, ଅନୀଲ ସାହୁ, ସନ୍ତୋଷ ସାହୁ ଓ ଗୁଣନିଧି ସାହୁଙ୍କୁ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୨୩ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖି ବିଚାରପତି ପୁନଃବାସନ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କୁ ମୁକ୍ତ କରିବା ସହିତ ପ୍ରତ୍ୟେକଙ୍କୁ ୫ଶହ ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।
ପ୍ରକାଶ ଯେ ୨୦୧୮ମସିହା ଅଗଷ୍ଟ ୨ତାରିଖରେ ଛେଣ୍ଡିପଦା କଇଥସାହିର କପିଳେଶ୍ଵରର ଭୂତିଆ ଗାଁନାଳୀରେ ଥିବା ଜମିକୁ ପାଣି କାଟିବାକୁ ନେଇ କମ୍ଭାରସାହିର ସୁନୀଲ ସାହୁ, ଅନୀଲ ସାହୁ, ସନ୍ତୋଷ ସାହୁ ଓ ଗୁଣନିଧି ସାହୁଙ୍କ ସହ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସୁନୀଲ ଓ ଅନ୍ୟମାନେ ଠେଙ୍ଗାରେ ପିଟିପିଟି କପିଳେଶ୍ଵରଙ୍କୁ ଆହତ କରିଥିଲେ। ଏ ନେଇ କପିଳେଶ୍ଵର ଛେଣ୍ଡିପଦା ଥାନାରେ ୨୦୧୮ ଅଗଷ୍ଟ ୫ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ମାମଲା ବିଚାରାଧୀନ ରହିଥିବା ବେଳେ ଛେଣ୍ଡିପଦା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ୬ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ବିଚାରପତି ୪ ଜଣଙ୍କ ସାମାଜିକ ଓ ଆର୍ଥିକ ପରିସ୍ଥିତିକୁ ଦେଖି ପୁନଃବାସନ ଆଇନ ଅନୁଯାୟୀ ସେମାନଙ୍କୁ ମୁକ୍ତ କରିବା ସହିତ ପ୍ରତ୍ୟେକଙ୍କୁ ୫ଶହ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ଦଣ୍ଡାଦେଶ ଶୁଣାଇଥିଲେ। ଉକ୍ତ ରାଶିକୁ ଅଭିଯୋଗକାରୀଙ୍କୁ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ମାମଲାକୁ ସରକାରୀ ଓକିଲ ସର୍ବଜିତ ଶ୍ରୀଚନ୍ଦନ, ସହଯୋଗୀ ସରକାରୀ ଓକିଲ ଲକ୍ଷ୍ମୀଧର ପ୍ରଧାନ ଓ ଉତ୍କଳ ପ୍ରଧାନ ମାମଲା ପରିଚାଳନା କରିଥିଲେ।


