ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ମଣ୍ଡଳସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା

You are currently viewing ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ମଣ୍ଡଳସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା

ଛେଣ୍ଡିପଦା: ରାଜ୍ୟରେ ସଦସ୍ୟ ସଂଖ୍ୟା ବଢ଼ାଇବାକୁ ମେଗା ଅଭିଯାନ କରିବ ବିଜେପି। ସାରା ଦେଶ ସହିତ ଓଡ଼ିଶାରେ ବି ସେପ୍ଟେମ୍ବର ୧ ରୁ ୪୫ ଦିନ ଯାଏ ଏହି ସଦସ୍ୟ ସଂଗ୍ରହ ଚାଲିବ। ଅଫଲାଇନ ଫର୍ମ ପୂରଣ କରିବା ଅନଲାଇନ ଯୋଗେ ମିସ୍‌ଡ଼ କଲ ଦେଇ ଦଳର ସଦସ୍ୟ ଭାବେ ନାଁ ଯୋଡି ହେବ।

ଆଜି ଏଥିପାଇଁ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବିଧାୟକ ଅଗସ୍ତି ବେହେରାଙ୍କ ନିର୍ଦେଶ କ୍ରମେ ନିର୍ବାଚନ ମଣ୍ଡଳୀର ୪ଟି ମଣ୍ଡଳ ବଡକେରଜାଙ୍ଗ, କୋଶଳା, ଛେଣ୍ଡିପଦା, ବାଗଡିଆ ମଣ୍ଡଳର କର୍ମଶାଳା ଅନୁଷ୍ଠିତ ହୋଇଛି ।

ମଣ୍ଡଳ ସଭାପତିଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ଅନୁଗୁଳ ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ବିଜୟ ମାଝୀ,ବରିଷ୍ଠ ନେତା ଅଜିତ କୁମାର ପ୍ରଧାନ,ବଡକେରଜାଙ୍ଗ ମଣ୍ଡଳ ସଭାପତି ରୁଦ୍ର ମୋହନ ଦାସ,ସରପଞ୍ଚ ହୃଷିକେଶ ପ୍ରଧାନ,ଦାମଦୋର ସାହୁ,ତପନ ଦେବତା,ଯୁଗଳ କିଶୋର ଦେହୁରୀ,ମିଲାପ ପ୍ରଧାନ, ସୁମନ୍ତ ପ୍ରଧାନ, ପତିତପାବନ ଦେହୁରୀ, ଅଭିଷେକ ବେହେରା,ଜମ୍ବେଶ୍ୱର ସାହୁ ଓ ୪ଟି ମଣ୍ଡଳର ସମସ୍ତ ପଞ୍ଚାୟତର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply