କୋଇଲା ପରିବହନର ନିୟୋଜିତ ନ କରିବାକୁ ବିରୋଧ, ସୋମବାର ଛେଣ୍ଡିପଦା ଟ୍ରକ ମାଲିକ କରିବେ ଅର୍ଥନୈତିକ ଅବରୋଧ

0

ଅନୁଗୁଳ: ଛେଣ୍ଡିପଦା ବ୍ଳକ ଅଞ୍ଚଳରେ ଶିଳ୍ପ ଓ ଖଣି ଖାଦାନରେ ସ୍ଥାନୀୟ ଟ୍ରକ ମାଲିକଙ୍କର ଗାଡ଼ିଗୁଡିକୁ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଉନଥିବାରୁ ସେମାନେ ଅର୍ଥନୈତିକ ଅବରୋଧ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏନେଇ ଆଜି ଟ୍ରକ ମାଲିକମାନେ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ଟ୍ରକ ମାଲିକଙ୍କ କହିବାନୁଯାୟୀ, ଛେଣ୍ଡିପଦା ବ୍ଲକରେ ଦୁଇଟି କୋଇଲା ଖଣି ଥିବାବେଳେ ସେହି ଖଣିରୁ ରାଜ୍ୟ ବାହାର ଏବଂ ବଡବଡିଆଙ୍କ ଟ୍ରକ ନିୟୋଜିତ କରାଯାଇ କୋଇଲା ପରିବହନ ହେଉଛି। କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କ ଟ୍ରକ ଥାଇ ମଧ୍ୟ ସେମାନଙ୍କୁ ପରିବହନ କାର୍ଯ୍ୟରୁ ବାଦ ଦିଆଯାଇଛି। ଏହାର ପ୍ରତିବାଦରେ ଟ୍ରକ ମାଲିକଙ୍କ ପକ୍ଷରୁ ଅର୍ଥନୈତିକ ଅବରୋଧ ସହ ଧାରଣା ପାଇଁ ପ୍ରସ୍ତୁତି ହୋଇଥିଲା। ଅର୍ଥନୈତିକ ଅବରୋଧ ସୋମବାର ସକାଳୁ ଆରମ୍ଭ ହୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହା ଜାରି ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ଅବରୋଧକୁ ନେଇ ଅନୁଗୁଳ ଏସଡିପିଓଙ୍କ ନେତୃତ୍ୱରେ ଗତ ଶନିବାର ନିଶା ଶିଳ୍ପାଂଚଳ ଥାନାରେ ଟ୍ରକ ମାଲିକଙ୍କ ସହ ଆଲୋଚନା ହୋଇଥିଲା। ପରେ ଏସଡିପିଓ ପ୍ରୋଜେକ୍ଟ ସହ କଥା ହୋଇ ଜଣାଇବେ ବୋଲି ପ୍ରକାଶ କରିଥିଲେ । ତେବେ ରବିବାର ଏସଡିପିଓ ସୋମବାର ଅର୍ଥନୈତିକ ଅବରୋଧ ଓ ଧାରଣାକୁ ବନ୍ଦ କରିବା ପାଇଁ ଟ୍ରକ ମାଲିକ ମାନଙ୍କୁ କହି ସନ୍ଧ୍ୟା ସୁଦ୍ଧା ଜଣାଇବା ପାଇଁ କହିଥିଲେ। ଟ୍ରକ ମାଲିକ ମାନେ ଏସଡିପିିିଓଙ୍କ କଥାକୁ ସମ୍ମାନ ଦେଇ ସୋମବାର ଅର୍ଥନୈତିକ ଅବରୋଧ ନକରିବା ପାଇଁ ସୂଚନା ଦେଇଥିଲେ। କିନ୍ତୁ ଟ୍ରକ ମାଲିକଙ୍କ ପକ୍ଷରୁ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣା ଜାରି ରହିବ ଏବଂ ସନ୍ଧ୍ୟା ପରେ ଯଦି କୌଣସି ସମାଧାନ କରାନଯାଏ ତେବେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଦିଆଯିବ ବୋଲି ଟ୍ରକ ମାଲିକମାନେ ପ୍ରେସ ବିବୃତିରେ ଜଣାଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଟ୍ରକ ମାଲିକ ଯଶୋବନ୍ତ ପ୍ରସାଦ ବେହେରା, ମନୋଜ କୁମାର ସାହୁ, ସନ୍ତୋଷ କୁମାର ବେହେରା, ସୌମ୍ୟରଞ୍ଜନ ବେହେରା, ବନବିହାରୀ ସାହୁ, କରୁଣାକର ବିଶ୍ୱାଳ ଓ ସନ୍ଦିପ କୁମାର ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଟ୍ରକ ମାଲିକ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!