ଅନୁଗୁଳ ଉପଖଣ୍ଡ କ୍ରୀଡ଼ା ସଂଘରେ ଛେଣ୍ଡିପଦାକୁ ଅଣଦେଖା, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ପ୍ରକାଶ କଲେ କ୍ଷୋଭ

You are currently viewing ଅନୁଗୁଳ ଉପଖଣ୍ଡ କ୍ରୀଡ଼ା ସଂଘରେ ଛେଣ୍ଡିପଦାକୁ ଅଣଦେଖା, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ପ୍ରକାଶ କଲେ କ୍ଷୋଭ

ଅନୁଗୁଳ : ଅନୁଗୁଳ ଉପଖଣ୍ଡ କ୍ରୀଡା ସଂଘରେ ଛେଣ୍ଡିପଦା ବ୍ଲକ ଅଞ୍ଚଳକୁ ଉପେକ୍ଷା କରାଯାଉଥିବା ନେଇ ଆଜି ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଖେଳାଳି। ଛେଣ୍ଡିପଦା ଅଞ୍ଚଳର ବରିଷ୍ଠ ଖେଳାଳିମାନେ ଆଜି ଉପଜିଲ୍ଲାପାଳ ବୈତୁରା ଦୀପଙ୍କୁ ଭେଟି ଏନେଇ ଏକ ଦାବିପତ୍ର ଦେଇଛନ୍ତି।

ପୂର୍ବତନ ଭଳିବଲ ଖେଳାଳି ସମରେଶ ନାଥଙ୍କ ନେତୃତ୍ୱରେ ଦିଆଯାଇଥିବା ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଛେଣ୍ଡିପଦା ଅଞ୍ଚଳରେ ଅନେକ ସୁନାମ ଧନ୍ୟ ଖେଳାଳି ଅଛନ୍ତି। ଏହି ଅଞ୍ଚଳର କ୍ରୀଡ଼ାବିତ ଫୁଟବଲ, ଭଲିବଲ , କବାଡି ଭଳି ଖେଳରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର କ୍ରୀଡ଼ାବିତ ସ୍ୱାଧୀନ ମାଝୀ, ପପୁ ସାହୁ, ରୁଦ୍ର ମୋହନ ସାହୁ ପ୍ରମୁଖ ଖେଳାଳି ଅନେକ ସମ୍ମାନ ଆଣିଛନ୍ତି। କିନ୍ତୁ ଛେଣ୍ଡିପଦା ଅଞ୍ଚଳକୁ ଉପଖଣ୍ଡ କ୍ରୀଡା ସଂଘ ସବୁବେଳେ ଅଣଦେଖା କରୁଛି। ଅନୁଗୁଳ ଉପଖଣ୍ଡ କ୍ରୀଡା ସଂଘରେ ଛେଣ୍ଡିପଦା ଅଞ୍ଚଳର ଜଣେ ହେଲେ ଖେଳାଳିଙ୍କୁ ସଦସ୍ୟ ଭାବେ ରଖାଯାଇନାହିଁ। ଫଳରେ ଜିଲ୍ଲା ସ୍ତରରେ ଛେଣ୍ଡିପଦା ଅଞ୍ଚଳର କୌଣସି ଖେଳାଳି ଖେଳିବା ସୁଯୋଗ ପାଉନାହାନ୍ତି। ଏଣୁ ଛେଣ୍ଡିପଦାକୁ ବି ସମାନ ହକ୍ ପାଇଁ ସେମାନେ ଦାବି କରିଛନ୍ତି।

Share

Leave a Reply