ଅନୁଗୁଳ-ତାଳଚେରରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ସହ ଶିଳନ୍ୟାସ କଲେ ମୁଖ୍ୟମନ୍ତ୍ରୀ

You are currently viewing ଅନୁଗୁଳ-ତାଳଚେରରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ସହ ଶିଳନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: ମଙ୍ଗଳବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନର କନଭେନସନ୍ ସେଣ୍ଟର ଠାରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏ ଅବସରରେ ତାଳଚେର ଠାରେ ସ୍ବୟଂଚାଳିତ ଯାନ ପରିଚାଳନା ପରୀକ୍ଷଣ ବ୍ୟବସ୍ଥା (ଏଡିଟିଏସ୍) ଲୋକାର୍ପଣ ହୋଇଛି। ଏହା ଡ୍ରାଇଭିଂ ଲାଇସେନସ୍ ପ୍ରଦାନକୁ ମଣିଷ ମୂଲ୍ୟାୟନରୁ ମୁକ୍ତ କରି ବୈଷୟିକ ଜ୍ଞାନ କୌଶଳ ସହାୟତାରେ ସ୍ୱଚ୍ଛ ଓ ପାରଦର୍ଶୀ କରିବାରେ ସହାୟକ ହେବ।

ସେହିପରି ଅନୁଗୁଳଠାରେ ସ୍ବୟଂକ୍ରିୟ ପରୀକ୍ଷଣ କେନ୍ଦ୍ର ( ଏ ଟି ଏସ୍)ର ଶିଳାନ୍ୟାସ କରିଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ ନିମନ୍ତେ ଶପଥ ପାଠ କରାଇଥିଲେ। ସ୍ଥାନୀୟ ଅନୁଗୁଳ ପୌରପାଳିକା ଟାଉନ୍ ହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଗୁଳ ପୌରପାଳିକାର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି, ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତର, ଆଇଏଏସ୍ ପ୍ରୋବେସନର କସ୍ତୁରୀ ସି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଜିତ ଧଳ, ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ କୁମାର ପଟ୍ଟନାୟକ, ବସ ଓ ଟ୍ରକ ମାଲିକ ସଂଘର ସଭାପତି ଏବଂ କର୍ମକର୍ତ୍ତା, ଗାଡ଼ି ଚାଳକଙ୍କ ସମେତ ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply