ଅନୁଗୁଳ: ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅନୁଗୁଳ ପୌରପାଳିକାକୁ ୧୪ଟି ପ୍ରକଳ୍ପ ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ମୋଟ ୭୦ ଲକ୍ଷ ଟଙ୍କା ଅନୁଦାନ ମିଳିଛି।ପୌରପାଳିକା ସଭା କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ।
ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ କି ଅନୁଗୁଳ ସହର ହେମସୁରପଡ଼ା ଓ ରାଜକିଶୋରପଡ଼ା ଶନି ମନ୍ଦିର,ନାଖରା ସାହି ଓ ହୁଲୁରୁସିଂହା ମା ମଙ୍ଗଳା ମନ୍ଦିର,ଶିମିଳିପଡ଼ା ଚର୍ଚ୍ଚ,ଜାମା ମସଜିଦ ଓ ଅମଲା ପଡ଼ା ଛୋଟ ମସଜିଦ,ଶୁଖୁଆ ସାହି ମଙ୍ଗଳା ମନ୍ଦିର, ହୁଲୁରୁସିଂହା ନେତାଜୀ କମ୍ୟୁନିଟୀ ସେଣ୍ଟର୍, ବ୍ରାହ୍ମଣୀଦେଇପଡ଼ା ମନ୍ଦିର,ରାଧା ମାଧବପଡ଼ା ମଙ୍ଗଳା ମନ୍ଦିର,ମାଟିଆ ସାହି କମ୍ମ୍ୟୁନିଟି ସେଣ୍ଟର୍ ଓ ଅମଲାପଡ଼ା ରାଧାକୃଷ୍ଣ ମନ୍ଦିର ଓ ହନୁମାନ ମନ୍ଦିରର ଉନ୍ନତିକରଣ ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆ ଯାଇଛି।ଏଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଅନୁଗୁଳବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଲୋକଙ୍କ ସମସ୍ୟା ପ୍ରତି ସର୍ବଦା ସଚେତନ ଅଛନ୍ତି ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ। ଏହାଛଡା ଅନୁଗୁଳରେ ଚାରିଗୋଟି କଲ୍ୟାଣ ମଣ୍ଡପ ଏବଂ ବସ ଷ୍ଟାଣ୍ଡ ନିକଟରେ ଏକ ପଞ୍ଚଭୂତି ସ୍ମାର୍ଟ ପାର୍କ
ନିର୍ମାଣ କରାଯିବ। କରଡ଼ାଗାଡିଆ ଠାରେ ଏକ କୋଟି ଟଙ୍କା ବ୍ୟୟରେ ଶବ ଦାହ ପାଇଁ ଇଲେକ୍ଟ୍ରିକ୍ ଚୁଲା ସ୍ଥାପନ କରାଯିବ। ମ୍ୟୁଜିକଲ ଫାଉଣ୍ଟେନ୍ ସହ ଇକୋ ପାର୍କକୁ ସର୍ବାଙ୍ଗ ସୁନ୍ଦର୍ କରାଯିବ। ସେହିଭଳି ଆମ ପୋଖରୀ ଯୋଜନାରେ ସହର ଭିତରେ ଥିବା ପୋଖରୀ ଗୁଡ଼ିକର ପୁନରୁଦ୍ଧାର କରାଯିବ ବୋଲି ନଗରପାଳ ପ୍ରକାଶ କରିଥିଲେ।ଏହି ସମ୍ମିଳନୀ ରେ ପରିଷଦର ବହୁ କାଉନସିଲର ଯୋଗଦାନ କରିଥିଲେ।