ଅନୁଗୁଳ: ସ୍ଥାନୀୟ ପଞ୍ଚଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ପରିସରରେ ନାଲକୋ ସିପିପି କଣ୍ଟ୍ରାକ୍ଟର ଆସୋସିଏସନର ବୈଠକ ଓ କର୍ମକର୍ତ୍ତା ଚୟନ ଆୟୋଜିତ ହୋଇଛି।
ବରିଷ୍ଠ ସଦସ୍ୟ ସତ୍ୟବାନ ବରାହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆସୋସିଏସନ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରାଯିବା ସହ କର୍ମକର୍ତ୍ତା ଚୟନ କରାଯାଇଥିଲା। ଉପଦେଷ୍ଟା ଭାବେ ସତ୍ୟବାନ ବରାହ, ଭରତ ଚନ୍ଦ୍ର ମାଝୀ, ଅନନ୍ତ ବରାହ, ବିନୋଦ ବିଶ୍ୱାଳ, ଗୋପାଳ ନାଏକ, ଶଙ୍କର୍ଷଣ ଦାସ, ସଭାପତି ବିଭାସ ରଞ୍ଜନ ସିଂହ, ଉପସଭାପତି ରଶ୍ମିରଞ୍ଜନ ବରାହ, ବିଭୂତି ବେଉରା, ସମ୍ପାଦକ ଭାବେ ରାମଚନ୍ଦ୍ର ମାଝୀ, ସହ ସମ୍ପାଦକ ଭାବେ ପ୍ରମୋଦ ଦାସ, କୋଷାଧ୍ୟକ୍ଷ ଭାବେ ରାଜେନ୍ଦ୍ର ସାମଲ ଓ ସକ୍ରିୟ ସଦସ୍ୟ ଭାବେ ଗୋବିନ୍ଦ ବରାହ, ମାନସ ରଞ୍ଜନ ଦାସ, ମହେନ୍ଦ୍ର ଲେଙ୍କା, ସୁବୋଧ ଦାସ, ଅଶ୍ୱିନୀ ଜେନା, ରମେଶ ଚନ୍ଦ୍ର ଜେନା, ନିର୍ମଳ ସାମଲ, ବିଶ୍ୱଜିତ ସ୍ୱାଇଁ, ଶୁଭେନ୍ଦୁ ବେହେରା, କାଳନ୍ଦୀ ରାଉତ ଓ ଦିବାକର ସାହୁ ପ୍ରମୁଖ ମନୋନୀତ ହୋଇଛନ୍ତି।











