ଢାବାରେ ଚଢ଼ଉ କରି ଶିଶୁକୁ ଶ୍ରମିକ ଉଦ୍ଧାର କଲା ଶ୍ରମ ବିଭାଗ, ମାଲିକ ନାଁରେ ଏତଲା

You are currently viewing ଢାବାରେ ଚଢ଼ଉ କରି ଶିଶୁକୁ ଶ୍ରମିକ ଉଦ୍ଧାର କଲା ଶ୍ରମ ବିଭାଗ, ମାଲିକ ନାଁରେ ଏତଲା

 

ତାଳଚେର: ଶ୍ରମ ବିଭାଗ ପକ୍ଷରୁ ତାଳଚେର ଅଞ୍ଚଳର ବହ୍ଲର ଛକ ନିକଟରେ ଏକ ଢାବାରେ ଚଢ଼ଉ କରାଯାଇ ଜଣେ ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଛି।
ଶିଶୁ ଶ୍ରମିକ ଜଣକ ଅନେକ ଦିନ ହେବ ଏହି ଢାବାରେ ରହି କାର୍ଯ୍ୟ କରିଆସୁଥିଲା ଏବଂ ଏହାକୁ ଦେଖି ବହ୍ଲର ଅଞ୍ଚଳର କିଛି ଲୋକେ ଶ୍ରମବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଶ୍ରମବିଭାଗ ଅଧିକାରିଣୀ ପରମିତା ମିଶ୍ର ଓ ତାଙ୍କ ଟିମ୍ ଢାବାରେ ଚଢ଼ଉ କରି ଶିଶୁ ଶ୍ରମିକକୁ ଉଦ୍ଧାର କରିଥିଲେ। ଶିଶୁ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାକୁ ସ୍ୱଧାର ଗୃହରେ ରଖାଯାଇଛି ବୋଲି ଜଣାପଡ଼ିଛି।

ଅନ୍ୟପଟେ ଢାବା ମାଲିକ ରଞ୍ଜନ ଲେଙ୍କାଙ୍କ ବିରୋଧରେ ଥାନାରେ ଏକ ଏତଲା ଦିଆଯାଇଛି ବୋଲି ଶ୍ରମ ବିଭାଗ ଅଧିକାରିଣୀ କହିଛନ୍ତି।

Share

Leave a Reply