ଅନୁଗୁଳ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ଶିଶୁ ଦିବସ

You are currently viewing ଅନୁଗୁଳ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ଶିଶୁ ଦିବସ

ଅନୁଗୁଳ: ଅମଲାପଡ଼ା ବାସନ୍ତୀ ପାଠାଗାର ପରିସରରେ ଅନୁଗୁଳ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଟାମଡ଼ା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦେବତା ଶିଶୁ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

ସଂସ୍ଥାର ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଶିକ୍ଷକ ଦୁଷ୍ୟନ୍ତ୍ କୁମାର୍ ନାଥ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ସାଂପ୍ରତିକ ସମୟରେ ମାର୍ଶାଲ ଆର୍ଟର ଉପଯୋଗୀତା ଉପରେ ଆଲୋକପାତ କରିଥିଲେ। ସମାରୋହରେ ବହୁ ଟାଇକୁଣ୍ଡୁ ପ୍ରଶିକ୍ଷାର୍ଥୀ ଓ ଅଭିଭାବକ ଯୋଗ ଦେଇଥିଲେ ।

Share

Leave a Reply