ବୋଇତ ବନ୍ଦାଣ ଉତ୍ସବ, ନାରଣ ସାଗର କୂଳରେ ୫ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

You are currently viewing ବୋଇତ ବନ୍ଦାଣ ଉତ୍ସବ, ନାରଣ ସାଗର କୂଳରେ ୫ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଅନୁଗୁଳ: ଗତ ଦୁଇ ବର୍ଷ ଧରି ନାରଣ ସାଗର କୂଳରେ ଡଙ୍ଗା ଭସାଇବା ନେଇ ଅବ୍ୟବସ୍ଥା ଲାଗି ରହିବା ପରେ ଚଳିତ ବର୍ଷ କିନ୍ତୁ ବୋଇତ ବନ୍ଦାଣ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମଗଧ ଯୁବ ବିକାଶ ସମିତି ଓଡିଶା ତରଫରୁ ଏବଂ ବାସନ୍ତୀ ଦୁର୍ଗାପୂଜା କମିଟି ଆନୁକୁଲ୍ୟରେ ବୋଇତ ବନ୍ଦାଣ ପାଇଁ ପୋଖରୀ କୂଳ ସଫା ରଖିବା ସହ ଭକ୍ତ ମାନଙ୍କପାଇଁ ଉଜ୍ଜ୍ବଳ ଆଲୋକର ବ୍ୟବସ୍ଥା କରାଯାଇଥିଲା।

ଆଜି ସକାଳୁ ହଜାର ହଜାର ଭକ୍ତ କାଗଜ ଓ କଦଳୀ ପଟୁକା ଡଙ୍ଗା ଧରି ପୋଖରୀ ଭସେଇ ମନ୍ଦିର ମାନଙ୍କ ରେ ଦେବ ଦର୍ଶନ କରିଥିଲେ।ଜଗନ୍ନାଥ ମନ୍ଦିର,ବୁଢୀ ଠାକୁରାଣୀ ମନ୍ଦିର,ଗାୟତ୍ରୀ ମନ୍ଦିର,ଆଖଣ୍ଡଳମଣି ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏଥି ସହିତ ଧର୍ମର ମାସ କାର୍ତ୍ତିକ ଶେଷ ହୋଇଛି ।

Share

Leave a Reply