କ୍ଷୁଧାତୁର ପ୍ରାଣବନ୍ଧୁଙ୍କୁ ସହାୟତାର ହାତ ବଢାଇଲେ ଚିନ୍ମୟୀ

You are currently viewing କ୍ଷୁଧାତୁର ପ୍ରାଣବନ୍ଧୁଙ୍କୁ ସହାୟତାର ହାତ ବଢାଇଲେ ଚିନ୍ମୟୀ

ଅନୁଗୁଳ: ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର କ୍ଷୁଧାତୁର ତଥା ମାନସିକ ବିକୃତ ବ୍ୟକ୍ତି ପ୍ରାଣବନ୍ଧୁ ନାଏକଙ୍କୁ ଆଜି ସହାୟତାର ହାତ ବଢାଇଛନ୍ତି ଜଣାଶୁଣା ସମାଜସେବୀ ଚିନ୍ମୟୀ। ତାଙ୍କ କହିବା ମୁତାବକ, ପ୍ରାଣ ବନ୍ଧୁ ଦୀର୍ଘ ବର୍ଷ ହେବ ନିରାଶ୍ରୟ ଏବଂ ସେ ମାନସିକ ରୋଗରେ ପୀଡିତ। ପ୍ରାଣବନ୍ଧୁଙ୍କ ପରିବାରରେ ଆଉ କେହି ନାହାଁନ୍ତି। ତାଙ୍କ ସେବା ଶୁଶ୍ରୁଷା କରିବାକୁ ନା ପରିବାରରେ କେହି ଅଛନ୍ତି ନା କୌଣସି ସମାଜସେବୀଙ୍କ ଦୃଷ୍ଟି ପଡ଼ିଥିଲା।ମାନସିକ ବିକୃତି ଏବଂ କ୍ଷୁଧାତୁର ଯୋଗୁଁ ପ୍ରାଣବନ୍ଧୁ ଅନେକ ସମୟରେ ମଲା ବେଙ୍ଗ, ମୂଷା, ସାପ କୁକୁର ଆଦି ଖାଇ ଯାଉଥିବା ଗାଁ ଲୋକେ କହିଛନ୍ତି। ଏଭଳି ଅବସ୍ଥାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚିନ୍ମୟୀ ପ୍ରାଣବନ୍ଧୁଙ୍କୁ ଉଦ୍ଧାରକରି ଅଧିକତର ଚିକିତ୍ସା ପାଇଁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି।

Share

Leave a Reply