ଅନୁଗୁଳ: ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଓଡିଶା ରାଜଭବନ ପରିସରରେ ରାଜ୍ୟର କିଛି ପ୍ରତିଭାସଂପନ୍ନ ବ୍ୟକ୍ତିବିଶେଷଙ୍କ ସହ ମହାମହିମ ରାଜ୍ୟପାଳ ଗଣେଶି ଲାଲଙ୍କ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୋମବାର ଅପରାହ୍ନ ସାଢେ ଚାରିଟାରେ ଆୟୋଜିତ ଏହି ବୈଠକରେ ଅନୁଗୁଳର ସମାଜ ସେବୀ ଚିନ୍ମୟୀ ଯୋଗ ଦେଇ ଜଙ୍ଗଲ ସଂରକ୍ଷଣ,ଜଳ ସଂରକ୍ଷଣ କରୋନା ସମୟରେ ମୃତ ବ୍ୟକ୍ତିଙ୍କ ଶବ ଦାହ,କିନ୍ନର ମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ଆଦି ଉପରେ ନିଜର ଭାବ ବିନିମୟ କରିଥିଲେ ଯାହା ଶୁଣି ରାଜ୍ୟପାଳ ବେଶ ଆନନ୍ଦ ପ୍ରକାଶ କରିଥିଲେ।ରାଜ୍ୟପାଳ ଚିନ୍ମୟୀଙ୍କ ସମେତ ଅନ୍ୟ ପ୍ରତିଭା ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।
ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ଚିନ୍ମୟୀ
- Post published:May 23, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul