ଅନୁଗୁଳ: ଦୋକାନ ଗୋଦାମରୁ ଖଲି, ଚଉପତି ଚୋରି କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି । ଦୋକାନ ମାଲିକଙ୍କ ହାବୁଡ଼ରେ ପଡ଼ିବା ପରେ ସମ୍ପୃକ୍ତ ଯୁବକକୁ ଉଦ୍ବସ୍ କରାଇବା ଘଟଣା ଅନୁଗୁଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନା ମୁତାବକ, ଅନୁଗୁଳ ସହରର ଲକ୍ଷ୍ମୀବଜାରରେ ଏକ ଖଲି, ଚଉପତି ଦୋକାନ ରହିଛି। ସମ୍ପୃକ୍ତ ଦୋକାନୀ ତାଙ୍କ ଦୋକାନ ସମ୍ମୁଖ ଗଳିରେ ତାଙ୍କ ଜିନିଷପତ୍ର ରଖିଥାନ୍ତି। ବୁଧବାର ଅନୁଗୁଳ ସହର ଇକଡାଉନ୍ ଥିଲା। ସହର ଜନଶୂନ୍ୟ ଥିବା ବେଳେ ଜଣେ ଯୁବକ ସମ୍ପୃକ୍ତ ବ୍ୟକ୍ତିଙ୍କ ଗୋଦାମରୁ କିଛି ଜିନିଷପତ୍ର ଚୋରି କରିଥିଲେ । ଏହି ସମୟରେ ଦୋକାନ ମାଲିକ ପଳାଇ ଆସିବାରୁ ଖସି ପାରିନଥିଲେ ସମ୍ପୃକ୍ତ ବ୍ୟକ୍ତି । ରଙ୍ଗେହାତ ଧରିବା ପରେ ଦୋକାନ ମାଲିକ ସମ୍ପୃକ୍ତ ଯୁବକର ସାର୍ଟ, ପ୍ୟାଣ୍ଟ ଖୋଲାଇଥିଲେ । ରାଜରାସ୍ତାରେ ତାଙ୍କୁ ଉଠବସ୍ କରିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଲୋକ ସେଠାରେ ରୁଣ୍ଡ ହୋଇଥିଲେ। ଏକାଧିକ ଲୋକ ପହଞ୍ଚିବା ପରେ ଦୋକାନ ମାଲିକ ସମ୍ପୃକ୍ତ ଯୁବକଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି । ତେବେ ଦୋକାନୀ ଆଇନ ହାତମୁଠାକୁ ନେଇ ସର୍ବସମ୍ମୁଖରେ ଏଭଳି ଦଣ୍ଡଦେବା ଘଟଣା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା।
ଚୋରି ବେଳେ ଧରାପଡ଼ି ଉଠବସ୍ ହେଲେ ଯୁବକ
- Post published:May 6, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
