ତାଳଚେର: ତାଳଚେରରେ ବେସାମରିକ ପ୍ରତିରକ୍ଷା ଦିବସ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଯାଇଛି। ଏହି ଉତ୍ସବରେ ଡେପୁଟି କଲେକ୍ଟର ମାନସ ମୋହନ ସେଠ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଏହି ଅବସରରେ ପ୍ୟାରେଡ୍ରେ ଅଂଶଗ୍ରହଣ କରିଥିବା ସଂଗଠନ, ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ବେସାମରିକ ପ୍ରତିରକ୍ଷା ବାହିନୀର ସ୍ୱେଚ୍ଛାସେବୀମାନେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କିପରି ଉଦ୍ଧାର କରଯାଇପାରିବ ସେ ସମ୍ପର୍କରେ କୌଶଳ ପ୍ରଦର୍ଶନ କରିଥିଲେ।
ଅଗ୍ନିଶମ ବିଭାଗ ପକ୍ଷରୁ ରୋବର୍ଟ ସାହାଯ୍ୟରେ ନିଆଁ ଆୟତ କୌଶଳ ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜ୍ଞାନେନ୍ଦ୍ର ଦାସ, ସଞ୍ଜିବ କୁମାର ନାଏକ, ନିର୍ମଳ ରାଉତ, ଆଇନ୍ଜୀବୀ ବାଉରୀବନ୍ଧୁy ବେଜ, ଅଭିରାମ ଖୁଣ୍ଟିଆ ଓ ପ୍ରଶିକ୍ଷକ କାଳନ୍ଦି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୧୯୬୧ ମସିହାରେ ସରକାର ଏହି ସଂସ୍ଥା ସ୍ଥାପନ କରିଥିବା ବେଳେ ତାଳଚେରଠାରେ ୧୯୮୧ ମସିହାଠାରୁ କାର୍ଯ୍ୟକାରୀ ହୋଇଆସୁଛି।


