ଅନୁଗୁଳ: ଅନୁଗୁଳ ଜିଲ୍ଲା ରାଣୀଗୋଡ଼ା ପଞ୍ଚାୟତର ୬୦ରୁ ଅଧିକ ଭିନ୍ନକ୍ଷମ ବୃଦ୍ଧବୃଦ୍ଧା ସୋମବାର ସକାଳେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବା ସହ ଅଭିଯୋଗ କରିଥିଲେ କି ପଞ୍ଚାୟତରୁ ସେମାନେ ଦୀର୍ଘ ବର୍ଷ ଧରି ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ ଭତ୍ତା ନଗଦ ଆକାରରେ ପାଉଥିଲେ। ଚଳିତ ମାର୍ଚ୍ଚ ମାସ ଠାରୁ ନଗଦ ଟଙ୍କା ଦିଆନଯାଇ ବ୍ୟାଙ୍କ ଆକାଉଣ୍ଟରେ ଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ କେତେଟା ଟଙ୍କା ପାଇଁ ଅନୁଗୁଳ ସହରରେ ଥିବା ବ୍ୟାଙ୍କରେ ଲାଇନ ଲଗାଇ ଠିଆ ହେବା କଷ୍ଟକର। ତେଣୁ ସେମାନଙ୍କ ଦାବି ଜିଲ୍ଲାପାଳ ଶୁଣନ୍ତୁ ଏବଂ ପୂର୍ବଭଳି ପଞ୍ଚାୟତ ରେ ନଗଦ ରାଶି ଦେବାକୁ ସେମାନେ ଗୁହାରି କରିଛନ୍ତି।
ଭିନ୍ନକ୍ଷମ ବୃଦ୍ଧବୃଦ୍ଧା ଜିଲ୍ଲା କାର୍ଯ୍ୟାଳୟ ଘେରିଲେ
- Post published:April 25, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul