ଆଠ ମଲ୍ଲିକକୁ ଜିଲ୍ଲା ମାନ୍ୟତା ଦାବି, ଗଠନ ହେଲା କମିଟି

You are currently viewing ଆଠ ମଲ୍ଲିକକୁ ଜିଲ୍ଲା ମାନ୍ୟତା ଦାବି, ଗଠନ ହେଲା କମିଟି

ଆଠମଲ୍ଲିକ: ଆଠ ମଲ୍ଲିକକୁ ଜିଲ୍ଲା ମାନ୍ୟତା ଦାବି କରି ଆଜି ସ୍ଥାନୀୟ ଦୁର୍ଗା ବଜାର ସ୍ଥିତ କିଶୋର କ୍ଲବରେ ଉନ୍ନତି ବିଚାର ମଞ୍ଚ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି।

ସମାଜସେବୀ ରାମାନନ୍ଦ ପାଣିଗ୍ରାହୀଙ୍କ ଆବାହକତ୍ୱ ଶିକ୍ଷାବିତ ପିତାମ୍ବର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୃଷକ ନେତା ଦେବେନ୍ଦ୍ର ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ, ସଂଜୀବ ନାରାୟଣ ମିଶ୍ର, ବିଜେପି ନେତା ଚିତ୍ତ ରଞ୍ଜନ ପ୍ରଧାନ, ସଂକୀର୍ତ୍ତନ ମେଣ୍ଡୁଳି, ଆଇନଜୀବୀ ଭବାନୀ ପ୍ରସାଦ ଜ୍ୟୋତିଷରାୟ, ବିଧାୟକଙ୍କ ପ୍ରତିନିଧି ନିରଞ୍ଜନ ରଣା, ବରିଷ୍ଠ ନାଗରିକ ବୀରେନ୍ଦ୍ର ମିଶ୍ର, କଶ୍ୟପ ଖେତୀ, ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇ ଆଠମଲ୍ଲିକକୁ ଜିଲ୍ଲାର ମାନ୍ୟତା ଦେବାକୁ ଦାବି କରିଥିଲେ। ଏହି ଦାବି କିପରି ଆଗକୁ ଜୋରଦାର ହେଇପାରିବ ତାକୁ ନେଇ ଏକ କମିଟି ଗଠନ କରାଯାଇଛି।

କମିଟିର ସଭାପତି ଭାବରେ ପିତାମ୍ବର ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ରାମାନନ୍ଦ ପାଣିଗ୍ରାହୀ, ସମ୍ପାଦକ ଭବାନୀ ପ୍ରସାଦ ଜ୍ୟୋତିଷରାୟ, କାର୍ଯ୍ୟକାରୀ କମିଟିର ସଭ୍ୟ ଭାବରେ ଦେବେନ୍ଦ୍ର ପ୍ରଧାନ, ଚିତ୍ତ ରଞ୍ଜନ ପ୍ରଧାନ ଓ ଉପଦେଷ୍ଠା ଭାବରେ ସଂଜୀବ ନାରାୟଣ ମିଶ୍ରଙ୍କୁ ଚୟନ କରାଯାଇଛି।

Share

Leave a Reply