ଡାକ୍ତର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

You are currently viewing ଡାକ୍ତର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ତାଳଚେର: ତାଳଚେର ଉପଖଣ୍ତ ଡାକ୍ତରଖାନାରେ ଡାକ୍ତର ଅଭାବ ସମସ୍ୟା ସମାଧାନ ଦାବିରେ ବିଜେପି ତାଳଚେର ପୌର ମଣ୍ତଳ ତରଫରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ତାଳଚେର ଉପଖଣ୍ତ ଚିକିତ୍ସାଳୟରେ ୧୭ ଜଣ ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ଚାରି ଜଣ ଡାକ୍ତର ଅଛନ୍ତି। ପୁଣି ସେମାନଙ୍କ ମଧ୍ୟରୁ ତିନି ଜଣ ଗୋଟାଏ ବିଭାଗର। ଭେଷଜ, ଶିଶୁ, ଶଲ୍ୟ, ଚକ୍ଷୁ, ଦନ୍ତ ବିଭାଗ ଡାକ୍ତର ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି।ଏଠାକୁ ସାଧାରଣ ରୋଗୀଟିଏ ଆସିଲେ ବିଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଉଛି। ତାଳଚେର ଅଞ୍ଚଳରୁ ବିପୁଳ ରାଜସ୍ବ ସଂଗ୍ରହ କରାଯାଉଥିଲେ ହେଁ ସ୍ଥାନୀୟ ଅଧିବାସୀଙ୍କ ସ୍ଵାସ୍ଥ୍ୟ ସେବା ପ୍ରତି ଏଭଳି ବୈମାତୃକ ମନୋଭାବ ଅସନ୍ତୋଷ ସୃଷ୍ଟି କରିଛି।
ବିଜେପି ନେତା ଯଯାତି ପଟ୍ଟନାୟକ, ପ୍ରକାଶ ମହାରଣା, ଜୟନ୍ତ ଭୂତିଆ, ପ୍ରଶାନ୍ତ ଦାସ, ସୁଫଳା ପୃଷ୍ଟି, ଜିତେନ୍ଦ୍ର କୁମାର ଦାସ, ଶଙ୍କର ବେହେରା, ଅଖିଳ ସାମଲ, ଶିବ ନାୟକ, ତ୍ରିନାଥ ବେହେରା, ଭାରତ ବେହେରା ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଭେଟି ଏହି ମର୍ମରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥଲେ।

Share

Leave a Reply