ରେଳ ୱାଗନ ଯୋଗେ କୋଇଲା ପରିବହନ ବେଳେ ପାଲ ଭିଡ଼ିବାକୁ ଦାବି: ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ

You are currently viewing ରେଳ ୱାଗନ ଯୋଗେ କୋଇଲା ପରିବହନ ବେଳେ ପାଲ ଭିଡ଼ିବାକୁ ଦାବି: ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ବିଭିନ୍ନ କୋଇଲାଖଣି, କୋଲ ୱାସରୀ ଏବଂ ସାଇଡ଼ିଂ ଗୁଡ଼ିକରୁ ରେଳ ୱାଗନ ଯୋଗେ କୋଇଲା ପରିବହନ ବେଳେ ପାଲ ଭିଡ଼ିବା ନେଇ ତାଳଚେର ଉପଜିଲ୍ଲାପାଳଙ୍କୁ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସୂଚନା ଥାଉକି, ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ୨୦୧୭-୧୮ ମସିହାରୁ ତାଳଚେରର ପରିବେଶ ସୁରକ୍ଷା ଓ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କୋଇଲା ପରିବହନ କରୁଥିବା ରେଳ ୱାଗନ ଗୁଡିକରେ ପାଲ ଭିଡି ନେବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ଜିଲ୍ଲା ପ୍ରଶାସନ, ଏମସିଏଲ ଓ ରେଳ ବିଭାଗକୁ ବାରମ୍ବାର ଅବଗତ କରାଯାଇଛି। ଏନେଇ ୧୩ ଜାନୁଆରୀ ୨୦୨୧ ମସିହାରେ ଶାନ୍ତିପୂର୍ଣ୍ଣ ଭାବେ ୟୁନିଅନ ତରଫରୁ ଗଣଧାରଣା ଦିଆଯାଇଥିଲା। ମାତ୍ର ଏମ୍.ସି.ଏଲ୍. ମିଥ୍ୟା ଅଭିଯୋଗ କରି ୟୁନିଅନ୍ କର୍ମକର୍ତ୍ତାଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଥିଲେ। ରେଳ ୱାଗନଗୁଡିକ କୋଇଲା ପରିବହନ ବେଳେ ପାଲ ଭିଡି ଯାତାୟାତ କରିବାକୁ ଭାରତ ସରକାରଙ୍କର ଜଙ୍ଗଲ ଓ ପରିବେଶ ବିଭାଗ ଗେଜେଟ୍ ନୋଟିଫିକେସନ୍ ଜାରି କରିଛନ୍ତି।

ସବୁ ଅଞ୍ଚଳରେ ଏହି ନିୟମ ପାଳନ କରାଯାଉଥିବା ବେଳେ କେବଳ ତାଳଚେରରେ ହିଁ ପାଳନ ହେଉନାହିଁ। ଏଣୁ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ଦାବି ପତ୍ର ଦେବା ସହ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରେଳ ୱାଗନଗୁଡ଼ିକ କୋଇଲା ପରିବହନ ବେଳେ ପାଲ ନ ଭିଡ଼ି ଯାତାୟାତ କଲେ ଅକ୍ଟୋବର ୨୦୨୪ ପ୍ରଥମ ସପ୍ତାହରୁ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଦାବିପତ୍ର ପ୍ରଦାନ ସମୟରେ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ତରଫରୁ ସଭାପତି ରାଜକିଶୋର ସାହୁ, ଦିନେଶ କୁମାର ତ୍ରିପାଠୀ, ଗଣପତି ସାହୁ, ପ୍ରଦୀପ କୁମାର ମହାରଣା, ଗଗନ ବିହାରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହାର ଏକାକିତ ନକଲ ତାଳଚେର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ଯ ପ୍ରଦାନ କରାଯାଇଥିବା ଜଣାଯାଇଛି।

Share

Leave a Reply