ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେନି ୬ ବର୍ଷରୁ କମ୍ ବୟସର ପିଲା, ନୂଆ ନିୟମ ଆଣିଲେ କେନ୍ଦ୍ର ସରକାର

You are currently viewing ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେନି ୬ ବର୍ଷରୁ କମ୍ ବୟସର ପିଲା, ନୂଆ ନିୟମ ଆଣିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେନି ୬ ବର୍ଷରୁ କମ୍ ବୟସର ପିଲା, ଏହି ନିୟମକୁ ପାଳନ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ଚିଠି ଲେଖାଯାଇଥିବା ନେଇ ସୂଚନା ମିଳିଛି।

ନୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ, ୩ ବର୍ଷରୁ ୮ ବର୍ଷ ବୟସରେ ପିଲାମାନଙ୍କ ଶିକ୍ଷା ଗ୍ରହଣର ମୂଳଦୁଆ ପଡ଼ିବା ଉଚିତ୍‌। ଏହି ୫ ବର୍ଷରୁ ପ୍ରଥମ ୩ ବର୍ଷ ପ୍ରି-ସ୍କୁଲ ଏଜୁକେସନ ଏବଂ ତା’ ପରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପିଲା ଆଡ଼ମିଶନ କରିବେ। ଏହା ଶିଶୁଙ୍କ ବୌଦ୍ଧିକ ବିକାଶରେ ସହାୟକ ହେବ। ତେଣୁ ଏହି ନୂଆ ଶିକ୍ଷାନୀତିକୁ ପାଳନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖା ଯାଇଛି।

ପ୍ରକାଶ ଯେ ବର୍ତ୍ତମାନ ୬ ବର୍ଷ ହେବ ପୂର୍ବରୁ ହିଁ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଆଡମିଶନ କରାଯାଉଛି।

Share

Leave a Reply