ଅନୁଗୁଳ: ତାଳଚେର ଗ୍ରୀନଗ୍ରାମ ଷ୍ଟାଡିୟମରେ ବାଳକ ବିଭାଗ ଆନ୍ତଃ କ୍ଲବ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏହାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଡେପୁଟି କଲେକ୍ଟର ବିକାଶ ସବର, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଏବଂ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ। କ୍ରୀଡା ସଂସଦ ସଦସ୍ୟ କିଶୋର କର,ରମେଶ ସାହୁ, ରୁଚିର ଦାସ, ଚୈତନ୍ୟ ପ୍ରଧାନ, ହରେଶ ଦାସ, ନୟନ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଜିଗ କରିଥିଲେ।ପ୍ରଥମ ମ୍ୟାଚ ପତାକା ଓ ବାଗେଡ଼ିଆ ମଧ୍ୟରେ ଗୋଲଶୂନ୍ୟ ରହିଥିଲା।ଦ୍ଵିତୀୟ ମ୍ୟାଚ ରେ ଆଠମଲ୍ଲିକ ୪-୧ ଗୋଲରେ ଅନୁଗୁଳକୁ ହରାଇଥିଲା। ତାଳଚେର କ୍ରୀଡା ସଂସଦ ସମ୍ପାଦକ ପେସ୍କାର ଗଡ଼ନାୟକ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।
ମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୫ ପାଇଁ ଆନ୍ତଃ କ୍ଲବ ବାଳକ ଫୁଟବଲ ପ୍ରତିଯୋଗିତା
- Post published:January 16, 2025
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik
