ଅନୁଗୁଳ : ସ୍ଥାନୀୟ ଅମଲାପଡ଼ାର କ୍ଲବ ଗଣପତ୍ ମଣ୍ଡପରେ ଗଜାନନଙ୍କ ଦ୍ଵିତୀୟ ଦିନ ପୂଜା ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଛି। ଆଜି ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଅନୁଗୁଳ ଜିଲ୍ଲା ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ରକ୍ତ ବିନ୍ଦୁ ଜିଲ୍ଲା ସଂଯୋଜକ ତଥା ପୂର୍ବତନ ତାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ଦିଲୀପ ସାହୁ, ରାଜ୍ୟ ବିଜୁ ଯୁବ ଜନତା ଦଳର ଯୁଗ୍ମ ସମ୍ପାଦକ ତଥା ଗଣପତ୍ କ୍ଳବ୍ ସଭାପତି ଚନ୍ଦ୍ରକାନ୍ତ ପ୍ରଧାନ, ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଦିନେଶ ପ୍ରଧାନ, ସନ୍ଧାନ ଦାସ, ସୂର୍ଯ୍ୟକାନ୍ତ ପ୍ରଧାନ, ଚନ୍ଦନ ସାହୁ, ଅନିଲ, ରିଙ୍କୁ, ପପୁ, ଲିପୁ, ଲକି, ବିନାୟକ, ଅଥାନି, ସିଦ୍ଧାର୍ଥ, ତାପସ, ରଂଜନ ଓ କ୍ଲବ ସଦସ୍ୟ ଯୋଗଦେଇଥିଲେ। ଏ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ବୃକ୍ଷ ରୋପଣ, ଗରିବ ଅସହାୟଙ୍କୁ ଖାଦ୍ୟ-ବସ୍ତ୍ର ବଣ୍ଟନ, ମଧ୍ୟାହ୍ନ ଓ ସନ୍ଧ୍ୟାରେ ଭକ୍ତଙ୍କ ପାଇଁ ପ୍ରସାଦ ଆୟୋଜନ କରାଯାଉଛି।
ଗଣପତ୍ ମଣ୍ଡପରେ ଧୁମଧାମରେ ପାଳିତ ହେଲା ଗଣେଶଙ୍କ ଦ୍ଵିତୀୟ ଦିନ ପୂଜା, ଯୋଗ ଦେଲେ ବିଶିଷ୍ଟ ନେତୃବୃନ୍ଦ
- Post published:September 1, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul


