ସିଏମ୍ ଟ୍ରଫି ଫୁଟବଲ ଉଦଘାଟିତ

You are currently viewing ସିଏମ୍ ଟ୍ରଫି ଫୁଟବଲ ଉଦଘାଟିତ

ଅନୁଗୁଳ: ଶୁକ୍ରବାର ଓଡ଼ିଶା ସରକାର, ଜିଲ୍ଳା ପ୍ରଶାସନ ଓ ଜିଲ୍ଲା କ୍ରୀଡା ସଂସଦ ଦ୍ବାରା ଆୟୋଜିତ ସିଏମ ଟ୍ରଫି ଫୁଟବଲ୍ ବାଳକ ଓ ବାଳିକା ବିଭାଗର ଦୁଇଟି ମ୍ୟାଚ୍ ଜିଲ୍ଲା ପିଟିସି ଖେଳ ପଡ଼ିଆରେ ଉଦଘାଟିତ ହୋଇଯାଇଛି।

ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଅକ୍ଷୟ କୁମାର ସିଠ (ଜିଲ୍ଲା କ୍ରୀଡ଼ା ଅଧିକାରୀ), କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ଡ. ଗୌରଗୋବିନ୍ଦ ସାମନ୍ତ, କିଶୋର କର, ପ୍ରଭାଶ କୁମାର ଦାସ ଦିଲ୍ଲୀପ କୁମାର ରାଉତ,ନୀଳମଣି ଦାସ ଦୋଳଗୋବିନ୍ଦ ଦଲେଇ ଉପସ୍ଥିତ ରହି କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଖେଳ ୧୦-୦୪-୨୦୨୬ ରୁ ୧୯-୦୪-୨୦୨୬ ରିଖ ପର୍ଯ୍ୟନ୍ତ ଖେଳାଯିବ।

ଉଦଘାଟନୀ ମ୍ୟାଚ୍ ସକାଳ ସମୟରେ ପତାକା ଏବଂ ଅନୁଗୁଳ(ବାଳିକା)ଦଳ ମଧ୍ୟରେ ଅନୁଷ୍ଠିତ ହେଇଥିଲା ଏଥିରେ ପତାକା ଦଳ ଅନୁଗୁଳ ଦଳକୁ ୬-୦ ଗୋଲ୍ ଦେଇ ବିଜେତା ଯାଇଥିବା ବେଳେ ଅପରାହ୍ନ ସମୟରେ ବାଳକ ବିଭାଗ ରେ ପତାକା ଓ ବନ୍ତଳା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେଇଥିଲା ଉକ୍ତ ମ୍ୟାଚ୍ ରେ ପତାକା ୧୦-୦ ଗୋଲରେ ବନ୍ତଳାକୁ ହରାଇ ବିଜେତା ଲାଭ କରିଥିଲା।

Share

Leave a Reply