କୋଇଲା ଲୋକାଲ ସେଲ୍‌ ବୈଠକ ବିଫଳ

You are currently viewing କୋଇଲା ଲୋକାଲ ସେଲ୍‌ ବୈଠକ ବିଫଳ

ଅନୁଗୁଳ:ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ
କୋଇଲା ଖଣି ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଏମସିଏଲ ଓ ଜମିହରା ପ୍ରଜାଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ସମାଧାନର ସୂତ୍ର ବାହାରିପାରିନଥିବା ଜଣାଯାଇଛି। ବୈଠକରେ ଜରଡ଼ା, କଂସମୁଣ୍ଡା, ଗୁଣ୍ଡୁ ରୀନାଳୀ, ମାଳପଶି, ଗୁଇଲାଣ୍ଡ, ଜମାନିଆ, ଅଦ୍ଵୈତପ୍ରସାଦ ଆଦି କ୍ଷତିଗ୍ରସ୍ତ ଗ୍ରାମର ସଭାପତି, ସମ୍ପାଦକଙ୍କ ସମେତ ଏମସିଏଲ ମହାପ୍ରବନ୍ଧକ ଯୋଗ ଦେଇଥିଲେ । ତେବେ ବୈଠକରେ କୌଣସି ସମାଧାନର ରାସ୍ତା ବାହାରିନପାରିବାରୁ ପରବର୍ତ୍ତୀ ସମୟରେ ବୈଠକ ବସିବ ବୋଲି କୁହାଯାଇଛି। ବେକାରୀଙ୍କୁ ନିଯୁକ୍ତି, କୋଇଲା ପରିବହନ ନିମନ୍ତେ ସ୍ଵତନ୍ତ୍ର ରାସ୍ତା ନିର୍ମାଣ, ଗ୍ରାମ୍ୟ ରାସ୍ତାରେ କୋଇଲା ଚଳାଚଳ ବନ୍ଦ ଆଦି ଦାବି ନେଇ ଏକ ଦାବିପତ୍ର ବୈଠକରେ ଦିଆଯାଇଥିଲା। ସ୍ୱେଚ୍ଛାସେବୀ ପ୍ରଶାନ୍ତ କୁମାର ନାୟକ, ଯୁବନେତା ସତ୍ୟବ୍ରତ ମହାନ୍ତି, ବିଶିକେଶନ ମହାନ୍ତି, ମନୋରଞ୍ଜନ ପରିଡ଼ା ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, କଣିହାଁ ଖୋଲାମୁହଁ କୋଇଲା ଖଣିରୁ ବୁଧବାରଠାରୁ କୋଇଲା ପରିବ ହନରେ ‘ଫାଷ୍ଟ କମ୍ ଫାଷ୍ଟ ସର୍ଭିସ’ ଲାଗୁ ହେବାକୁ ଥିବା ବେଳେ ସ୍ଥାନୀୟ କ୍ଷତିଗ୍ରସ୍ତ ପ୍ରଜା ଏହାର ବିରୋଧ କରିଥିଲେ । ଫଳରେ ଟ୍ରାଏଲରେ ହେବାକୁ ଥିବା ଏହି ଲୋକାଲ ସେଲ କୋଇଲା ପରିବହନ ବନ୍ଦ ରହିଛି।

Share

Leave a Reply