ଅପେକ୍ଷାର ଅନ୍ତ! ଅନୁଗୁଳ ଜିଲ୍ଲାର ୪ ବିଦ୍ୟାଳୟରେ ଖୋଲିବ ଯୁକ୍ତଦୁଇ ପାଠ୍ୟକ୍ରମ, ମିଳିଲା ଅନୁମତି

You are currently viewing ଅପେକ୍ଷାର ଅନ୍ତ! ଅନୁଗୁଳ ଜିଲ୍ଲାର ୪ ବିଦ୍ୟାଳୟରେ ଖୋଲିବ ଯୁକ୍ତଦୁଇ ପାଠ୍ୟକ୍ରମ, ମିଳିଲା ଅନୁମତି

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଯୁକ୍ତଦୁଇ ପାଠ୍ୟକ୍ରମ ନୂତନ ଭାବେ ଖୋଲିବା ପାଇଁ ଅନୁମତି ମିଳିଛି। ଜିଲ୍ଲାର ଚାରୋଟି ସ୍ଥାନରେ ବିଦ୍ୟାଳୟରେ ଯୁକ୍ତଦୁଇ ଶିକ୍ଷା ପ୍ରଦାନ ପାଇଁ ଅନୁମୋଦନ ହୋଇଛି। ଅନୁଗୁଳ ବ୍ଲକ ଅନ୍ତର୍ଗତ ଟାଇଁସି ପଞ୍ଚାୟତରେ ଥିବା ଦୀନବନ୍ଧୁ ଜନକଲ୍ୟାଣ ଉଚ୍ଚ ବିଦ୍ୟାଳୟକୁ ଚଳିତ ବର୍ଷ ଠାରୁ ପାଠ୍ୟକ୍ରମ ଆରମ୍ଭ ପାଇଁ ଅନୁମୋଦନ ମିଳିଛି। ଏହା ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ଏକ ବରଦାନ ସଦୃଶ୍ୟ।

ସେହିପରି ବଅଁରପାଳ ବ୍ଲକ ଅନ୍ତର୍ଗତ ବଡ଼କେରଜାଙ୍ଗ ଉଚ୍ଚ ବିଦ୍ୟାଳୟ, ତାଳଚେର ଅଞ୍ଚଳର ଗୁରୁଜାଙ୍ଗ ଓ କଣିହାଁ ବ୍ଲକର ପବିତ୍ରମୋହନ ଉଚ୍ଚ ବିଦ୍ୟାଳୟ କଣିହାଁ ଠାରେ ଏହି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ତେବେ ଅନୁଗୁଳ, ତାଳଚେର, ବଅଁରପାଳ ବ୍ଲକର ତିନୋଟି ବିଦ୍ୟାଳୟରେ ଯୁକ୍ତଦୁଇ ପାଠ୍ୟକ୍ରମ କଳା ବିଭାଗର ଆରମ୍ଭ ହେବାକୁ ଥିବା ବେଳେ କଣିହାଁ ଠାରେ ବିଜ୍ଞାନ ବିଭାଗ ଖୋଲିବ।

Share

Leave a Reply