ଅନୁଗୁଳ: ଅନୁଗୁଳ ଖଲାରି ନିକଟରେ ଗୁରୁବାର ଅପରାହ୍ନରେ କିଛି ଅଣଛାତ୍ରଙ୍କ ଆକ୍ରମଣରେ ଜଣେ ହାଇସ୍କୁଲ ଛାତ୍ର ଗୁରୁତର ଆହତ ହୋଇଛନ୍ତି। କଲେଜ୍ ଛକ ନିକଟରେ ଥିବା ଏକ ପ୍ରତିଷ୍ଠିତ ଛାତ୍ରା ବାସର ପିଲାମାନେ ସ୍ଥାନୀୟ ଖଲାରି ହାଇ ସ୍କୁଲ ରେ ପଢନ୍ତି।ଏହି ସ୍କୁଲର ଜଣେ ଛାତ୍ରୀକୁ କିଛି ଅଣଛାତ୍ର ଅନେକ ସମୟରେ କମେଣ୍ଟ ମାରନ୍ତି। ସିନୁ ନାଏକ ନାମକ ସହପାଠୀ ଏହାର ପ୍ରତିବାଦ କରେ ତେଣୁ ଗୁରୁବାର ଅପରାହ୍ନରେ ଡକାଡକି ହୋଇ ପ୍ରାୟ ଦଶ ଜଣ ଅଣ ଛାତ୍ର ସ୍କୁଲ ନିକଟରେ ଛକି ରହିଥିଲେ। ସ୍କୁଲ ଛୁଟି ପରେ ଅଣ ଛାତ୍ର ମାନେ ସୀନୁକୁ ଆକ୍ରମଣ କଲାବେଳେ ରାଜୁ ବାରିଜ ନାମକ ଆଉ ଜଣେ ଛାତ୍ର ଶିନୁକୁ ରକ୍ଷା କରିବାକୁ ଆଗେଇ ଆସିଥିଲା। ତେଣୁ ଦୁର୍ବୃତ୍ତ ମାନେ ବ୍ୟାଟ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ରରେ ରାଜୁକୁ ପିଟିପିଟି ତଳେ ପକାଇ ଫେରାର ହୋଇଯାଇଥିଲେ।ଖବର ପାଇ ଛାତ୍ରାବାସ ପକ୍ଷରୁ ରାଜୁକୁ ଅନୁଗୁଳ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ମୁଣ୍ଡରେ ଗୁରୁତର ଆଘାତ ଯୋଗୁଁ ଶୁକ୍ରବାର ସନ୍ଧ୍ୟାରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ସମ୍ପାଦକଙ୍କ ଅଭିଯୋଗ ପାଇବା ପରେ ଅନୁଗୁଳ ପୋଲିସ ଛାତ୍ରାବାସ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କମେଣ୍ଟ୍ମରାକୁ ନେଇ ଆକ୍ରମଣ: ଛାତ୍ର ଗୁରୁତର
- Post published:March 12, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul