ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ତାଳଚେର ଏରିଆ ପିଓଙ୍କୁ ଅଭିଯୋଗ କଲେ ୩ଗାଁର ଲୋକ

You are currently viewing ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ତାଳଚେର ଏରିଆ ପିଓଙ୍କୁ ଅଭିଯୋଗ କଲେ ୩ଗାଁର ଲୋକ

ତାଳଚେର: ତାଳଚେର ବ୍ଲକର ବିଭିନ୍ନ ଗାଁରେ ଗତ ୫ ଦିନ ଧରି ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏନେଇ ଅଭିଯୋଗ ପରେ ମଧ୍ୟ କେହି ଶୁଣୁନଥିବାରୁ ଗାଁ ଲୋକେ ବାଧ୍ୟ ହୋଇ ଅଞ୍ଚଳର ପ୍ରୋଜେକ୍ଟ ଅଫିସରଙ୍କୁ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ହାଣ୍ଡିଧୂଆଁ, ଦେଉଳବେଡ଼ା ତେଲିସାହି ଓ ନୂଆ ବଲଣ୍ଡା ଗାଁରେ ଗତ ପାଞ୍ଚ ଦିନ ହେଲାଣି ପାଣି ସମସ୍ୟା ଦେଖା ଦେଇଛି। ଏ ନେଇ ଆଜି ହାଣ୍ଡିଧୂଆଁ ଓ ଦେଉଳବେଡ଼ା ତେଲିସାହିର ପ୍ରତିନିଧି ବିଘ୍ନେଶ୍ୱର ସାହୁ ଓ ନୂଆବଲଣ୍ଡାର ସଭାପତି ପ୍ରମୋଦ ବେହେରାଙ୍କ ଅଧ୍ୟକ୍ଷତାରେ ତ୍ରିପୁର ଦେହୁରୀ, ଗଙ୍ଗା ଦେହୁରୀ, କର୍ପୁର ପ୍ରଧାନ, କରୁଣାକର ପ୍ରଧାନ ଓ ଚିତ୍ତରଞ୍ଜନ ବେହେରା ପ୍ରମୁଖ ଗାଁ ଲୋକ ଏମସିଏଲ ତାଳଚେର ଏରିଆର ପ୍ରୋଜେକ୍ଟ ଅଫିସର ଦାଶରଥି ସାହୁଙ୍କୁ ଅବଗତ କରିଥିଲେ। ଅଭିଯୋଗ ଶୁଣିବା ପରେ ସେ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Share

Leave a Reply