ଅନୁଗୁଳ: ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀ, କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନ କ୍ଷେତ୍ରରେ ଉଚ୍ଚନୈତିକ ମୂଲ୍ୟବୋଧ ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସୁଛନ୍ତି। ମଙ୍ଗଳବାର ରାଜ୍ୟ ସରକାର ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ, ବିଭିନ୍ନ କ୍ଷେତ୍ରରେ ଅଧିକାରୀ ଯଥା, ଇଞ୍ଜିନିୟର, ସିଡିପିଓ, ଅଙ୍ଗନୱାଡି ସୁପରଭାଇଜର ପ୍ରମୁଖଙ୍କୁ ଅବସର ଦିଆଯାଇଛି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଉଚିତ୍ ପଦକ୍ଷେପ ନେଇ ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ଉତ୍ତମ ସେବା ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି। ଏହି ୫ ଜଣଙ୍କ ମଧ୍ୟରୁ ଅନୁଗୁଳ ପୁଲିସ୍ ଟ୍ରେନିଂ କଲେଜର ପୁଲିସ୍ ଇନ୍ସପେକ୍ଟର ରାମ ଚନ୍ଦ୍ର ବେହେରାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହ ଅନେକ ଅଭିଯୋଗ ରହିଥିଲା। ଅପାରଗତା ଓ ବିଶୃଙ୍ଖଳିତ ଆଚରଣ ଯୋଗୁଁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ପୁଲିସ୍ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
- Post published:February 8, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
