କଳିଙ୍ଗ ନଗର ଗଣହତ୍ୟାକୁ ୧୮ ବର୍ଷ: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି

You are currently viewing କଳିଙ୍ଗ ନଗର ଗଣହତ୍ୟାକୁ ୧୮ ବର୍ଷ: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ କଳିଙ୍ଗ ନଗର ଗଣହତ୍ୟା ସହିଦଙ୍କର ୧୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଛି। ଏ ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା ଅନୁଗୁଳ ଜଗନ୍ନାଥ ମନ୍ଦିର ନିକଟରେ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମିଶ୍ର କହିଥିଲେ ଯେ ନିଜର ଭିଟାମାଟି ପାଇଁ ଲଢ଼େଇ କରୁଥିବା କଳିଙ୍ଗ ନଗର ଆଦିବାସୀଙ୍କୁ ୨୦୦୬ ମସିହା ଜାନୁଆରୀ ୨ ତାରିଖରେ ବିଜେଡି ବିଜେପି ମେଣ୍ଟ ସରକାର ଗୁଳିକରି ହତ୍ୟା କଲେ। ନବୀନ ସରକାର ଆଦିବାସୀ ବିରୋଧୀ ସରକାର ଭାବେ ପ୍ରମାଣିତ। କଂଗ୍ରେସ ଦଳ ସର୍ବଦା ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରୁଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପ ସଭାପତି ବାବୁ ଦଲବେହେରା, ବଲବୀର ସିଂ, ସହଦେବ ବେହେରା, ଚିତ୍ତରଞ୍ଜନ ନାଏକ, ଅନୁଗୁଳ ବ୍ଲକ ସଭାପତି ଅମୂଲ୍ୟ ବେହେରା, ଅନୁଗୁଳ ବ୍ଳକ କାର୍ଯ୍ୟକାରୀ ସଭାପତି ରାକେଶ ମିଶ୍ର, ଜିଲ୍ଲା କଂଗ୍ରେସ ମୁଖପାତ୍ର ଗୋପାଳ ନାଥ, ଜିଲ୍ଲା ଲିଗାଲ ସେଲ ସଭାପତି ସତ୍ୟଜିତ ସାହୁ, ମହିଳା ନେତ୍ରୀ କାଶୀଦା ଖାନ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ କୁମୁଦବନ୍ଧୁ ଧର, ହେମନ୍ତ ମହାଳିକ, ସଂଗ୍ରାମ ବେହେରା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ଛାତ୍ର ନେତା ପ୍ରଦ୍ୟୁମ୍ନ ସାହୁ, ଯୁବ ନେତା ଉପେନ୍ଦ୍ର ଦେହୁରୀ, ସଂଗ୍ରାମ ବେହେରା, ଆସିତ ନାଏକ, ମାନସ ସାହୁ, ଛାତ୍ର ନେତା ମାନସ ବିଶ୍ୱାଳ, ଦିନେଶ ସାହୁ, ସୌମ୍ୟରଂଜନ ବେହେରା, ଶୁଭମ ସାହୁ, ଶାନ୍ତନୁ ବେହେରା, ଈଶାନ ସ୍ୱାଇଁ, ସୌମ୍ୟରଂଜନ ସାହୁ, ଶୁଭମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply