ବରୁଣ ସାହୁଙ୍କ ବିୟୋଗରେ ଶୋକ ସଭା

You are currently viewing ବରୁଣ ସାହୁଙ୍କ ବିୟୋଗରେ ଶୋକ ସଭା

ଅନୁଗୁଳ:;ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା କ୍ରୀଡାବିତ ବରୁଣ କୁମାର ସାହୁଙ୍କ ପରଲୋକରେ ଅମଲାପଡ଼ା ବାସନ୍ତୀ ପାଠାଗାର ଠାରେ ଏକ ଶୋକ ସଭା ଆୟୋଜିତ ହୋଇଯାଇଛି। ବାସନ୍ତୀ ଦୁର୍ଗା ପୂଜା କମିଟି ଓ ଅନୁଗୁଳ କ୍ରୀଡା ସଂସଦ ଆନୁକୁଲ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ନଗରପାଳ ତଥା ତାମଡ଼ା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ ଯୋଗ ଦେଇ ବରୁଣ ସାହୁଙ୍କ ଅବଦାନ ଉପରେ ସ୍ମୃତି ଚାରଣ କରିଥିଲେ। ଶ୍ରୀ ପଟ୍ଟନାୟକ କହିଲେ ୨୦୦୨ ମସିହାରେ ବରୁଣ ବାବୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳର ରାସ୍ତା ଘାଟ,ସ୍କୁଲ ଆଦିର ଉନ୍ନତି ପାଇଁ କାମ କରିଥିଲେ। ଫୁଟବଲ, ଜାଭେଲିନ୍,ଉଚ୍ଚ ଡିଆଁ ଆଦି ଖେଳରେ ତାଙ୍କର ସୁନାମ ଥିଲା। ତାଙ୍କ ବନ୍ଧୁବତ୍ସଳତା , ଅମାୟିକ ବ୍ୟବହାର ସମସ୍ତଙ୍କୁ ଆକୃଷ୍ଟ କରୁଥିଲା।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ମହେନ୍ଦ୍ର ବସ୍ତିଆ,ପ୍ରଦୀପ ଦେବତା, କ୍ରୀଡା ସଂସଦ ସଦସ୍ୟ ରୁଚିର କୁମାର ଦାସ,ରଶ୍ମି ରଂଜନ ପ୍ରଧାନ, କ୍ରୀଡା ଶିକ୍ଷକ ଦୁଷ୍ୟନ୍ତ୍ କୁମାର ନାଥ, ବିମଳ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ସାହୁଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ସଭାରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

Share

Leave a Reply