ତାଳଚେର: ତାଳଚେର ପୌରାଞ୍ଚଳରେ ଥିବା ସ୍କୁଲ ଗୁଡ଼ିକରେ ଚଳିତ ଦଶମ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୧୭ ଜଣ ଛାତ୍ରଛାତ୍ରୀଙ୍କୁ ଆଜି ସାଂସ୍କୃତିକ ଅନୁଷ୍ଠାନ ‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ସମ୍ମାନିତ କରାଯାଇଛି।
ଏହି ଅବସରରେ ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ୧୨ ଜଣ ଛାତ୍ରଛାତ୍ରୀ, ଦେଉଳବେଡା ଶିଶୁ ବିଦ୍ୟାମନ୍ଦିରର ୩ ଜଣ, ତାଳଚେର ବିବେକାନନ୍ଦ ବିଦ୍ୟାମନ୍ଦିରର ୨ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଉତ୍ସବରେ ମୁଖ୍ୟ ଅତିଥିଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗ ଦେଇ କହିଥିଲେ ଯେ ଶିକ୍ଷା ହେଉଛି ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅମୂଲ୍ୟ ସମ୍ପଦ। ଏଣୁ ପିଲାମାନେ ପାଠ ପଢ଼ି ଦେଶର ନାଁ ରଖିବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପୌର ପରିଷଦର ଯୁବ ନଗରପାଳ ପବିତ୍ର ଭୁତିଆ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଆଗକୁ ଭଲ ପାଠ ପଢି ଅଞ୍ଚଳର ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ଇଂ ରମେଶ ବେହେରା, ସାଧାରଣ ସମ୍ପାଦକ ଡ଼ଃ ନିମାଇଁ ଚରଣ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଡ଼ଃ ରଶ୍ମିରଞ୍ଜନ ମିଶ୍ର, ତାଳଚେର ଶିକ୍ଷାଧିକାରୀ ଖଗେଶ୍ୱର ବେହେରା, କଣିହାଁ ପ୍ରତିଭା ପରିଚୟ ସଦସ୍ୟ ତଥା ସାଂସଦଙ୍କ ବ୍ୟକ୍ତିଗତ ସଚିବ ସୁନୀଲ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ତପନ କୁମାର ମହାରଣା ଓ ବାବୁନି ସ୍ୱାଇଁ ପରିଚାଳନା କରିଥିଲେ। ପେ