ଏଡିଭି ଫିଜିକାଲ୍ ଏକାଡେମୀର କୃତୀ ଛାତ୍ରଙ୍କୁ ସମ୍ୱର୍ଦ୍ଧନା

You are currently viewing ଏଡିଭି ଫିଜିକାଲ୍ ଏକାଡେମୀର କୃତୀ ଛାତ୍ରଙ୍କୁ ସମ୍ୱର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଡିଫେନସ୍ ଭେଟେରାନ ସୌଜନ୍ୟରୁ ପରିଚାଳିତ ଫିଜିକାଲ ଏକାଡେମୀର ପ୍ରଥମ କୃତୀ ଛାତ୍ରଙ୍କୁ ଗୁରୁବାର ସମ୍ବର୍ଦ୍ଧନା ଦିଆ ଯାଇଥିଲା। ବନ୍ତଳାର କମଳ ଲୋଚନ ମୁଦୁଲିଙ୍କ ସମେତ ୧୩ ଜଣଙ୍କୁ ସେନାରେ ଅଗ୍ନିବୀର ରୂପେ ନିଯୁକ୍ତି ନିମନ୍ତେ ପରୀକ୍ଷାରେ ସଫଳତା ମିଳିଥିଲା। ସେଥିମଧ୍ୟରୁ ପ୍ରଥମ ଛାତ୍ର ରୂପେ କମଳଙ୍କୁ ନିଯୁକ୍ତି ପତ୍ର ମିଳିବା ପରେ ଏକାଡେମୀ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ମେକାନିକାଲ ଇଂଜିନିୟରସ୍ ୟୁନିଟ , ସିକନ୍ଦରାବାଦ୍ରେ ନିଯୁକ୍ତି ମିଳିଥିବା ଜଣାପଡିଛି। ଏଡିଭି ସଭାପତି ଅନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକାଡେମୀ ପକ୍ଷରୁ କମଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Share

Leave a Reply