ଅନୁଗୁଳ : ଲକ୍ଷ୍ମୀପୁରରେ କୃଷକଙ୍କୁ ହତ୍ୟା ଓ ପ୍ରିୟଙ୍କାଙ୍କୁ ଅଟକ ରଖିବା ପ୍ରତିବାଦରେ ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ଗାନ୍ଧି ପାର୍କଠାରେ ଗଣ ଧାରଣା ଦିଆଯାଇଥିଲା। ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନିର୍ଦ୍ଦେଶରେ କଂଗ୍ରେସ କର୍ମୀମାନେ ଗାନ୍ଧୀ ପାର୍କଠାରେ ଗଣ ଧାରଣା ଦେବା ସହ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅର ଏଭଳି ବର୍ବରୋଚିତ କାଣ୍ଡକୁ ନିନ୍ଦା କରିଥିଲେ । ଯେଉଁ ମନ୍ତ୍ରୀଙ୍କ ପୁଅ ଦ୍ୱାରା ହିଂସାକାଣ୍ଡ ଘଟିଛି ତାକୁ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୦୨ରେ ଗୀରଫ କରିବା ସହ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ତୁରନ୍ତ କେନ୍ଦ୍ର ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଜିଲ୍ଲା କଂଗ୍ରେସ ଦାବି କରିଛି। ଏହି ଗଣ ଧାରଣାରେ କଂଗ୍ରେସ ନେତା ତପନ ପ୍ରଧାନ, ଗୋପାଳ ନାଥ, ବିଜୟାନନ୍ଦ ଚାଉଳିଆ, ଜୟନ୍ତ ସାହୁ, ଧର୍ମେନ୍ଦ୍ର ମିଶ୍ର, ଜିତେନ୍ଦ୍ର ସାହୁ, ନିଳକଣ୍ଠ ନାଏକ, ଟିକନ ବେହେରା, ତପସ୍ୱିନୀ ବିଶ୍ୱାଳ, ଅମୂଲ୍ୟ ବେହେରା, ବିନୋଦ ମାଝି, ରାକେଶ ମିଶ୍ର, ସୁବ୍ରତ ତ୍ରିପାଠୀ, ଅଳକା ମହାପାତ୍ର, ପ୍ରଶାନ୍ତ ବିଶ୍ୱାଳ, ସଂଗ୍ରାମ ବେହେରା, ରାଜକିଶୋର ବିଶ୍ୱାଳ, କୁନା ସିଂହ, ବୁବୁ ପ୍ରଧାନ, ଦୁଃଶାସନ ପ୍ରଧାନ, ଅଜିତ ପ୍ରଧାନ, ଶିନ ସାହୁ, ପ୍ରଫୁଲ୍ଲ ଦେହୁରୀ ପ୍ରମୁଖ ବହୁ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।
କୃଷକ ହତ୍ୟା ଓ ପ୍ରିୟଙ୍କାଙ୍କୁ ଅଟକ ପ୍ରତିବାଦରେ କଂଗ୍ରେସର ଧାରଣା
- Post published:October 5, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
