କଂଗ୍ରେସ ଦଳର ନିର୍ବାଚନ ବୈଠକ

0

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନଦୁର୍ଗା ପୀଠ ନିକଟରେ ଆଜି ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ସଭାପତି ଗଗନ ବିହାରୀ ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ସମ୍ମିଳନୀରେ ପୂର୍ବତନ ବ୍ଲକ ସଭାପତି ଉମେଶ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବ ବେଳେ ସାଂସଦ ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ଯୋଗଦେଇ ଚାଷୀ ଆତ୍ମହତ୍ୟା ନେଇ ବିଜେଡିରେ ଥିବା ବେଳେ କିଭଳି ମତ ପାର୍ଥକ୍ୟ ଥିଲା ସେ ସମ୍ପର୍କରେ ଆଲୋଚନା କରିଥିଲେ।
ହାତୀ ମାରିଲେ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳୁଥିବା ବେଳେ ଆତ୍ମହତ୍ୟା କରିଥିବା ଚାଷୀଙ୍କୁ କାହିଁକି ସରକାର କ୍ଷତିପୂରଣ ନଦେବେ ବୋଲି କହିଛନ୍ତି।

ବିଭିନ୍ନ ଦଳୀୟ ସଭାସମିତିକୁ ଟଙ୍କାରେ କିଣା ହୋଇ ଲୋକଙ୍କୁ ଅଣାଯାଉଥିବା ବେଳେ ଆଗ୍ରହରେ ବହୁସଂଖ୍ୟାରେ ଯୋଗଦେଇଥିବା କଂଗ୍ରେସ କର୍ମୀଙ୍କୁ ଦେଖି ବଡ଼ ସଫଳତା ବୋଲି କହିଥିଲେ। ରାହୁଲ ଗାନ୍ଧୀ ଚାହୁଁଥିବା ଜାତିଗତ ଜନଗଣନା ଆବଶ୍ୟକତା ରହିଛି ଆମେ ବ୍ରିଟିଶ ଅମଳର ଜନଗଣନାକୁ ନେଇ ଚାଲିଛେ। ୧୯୭୧ ମସିହାରେ କଂଗ୍ରେସ ଆଉ ନାହିଁ ବୋଲି କହିଥିଲେ କିନ୍ତୁ ଆମେ ନିଶ୍ଚିତ ଜିତିବୁ କେନ୍ଦ୍ରରେ ବିଜେପି ୨୩୦ରୁ ଅଧିକା ସିଟ ପାଇବ ନାହିଁ । ଇଣ୍ଡିଆ ଗଠବନ୍ଧନ ତାର ଦାୟିତ୍ୱ ନେବ ଏବଂ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ବୋଲି କହିଥିଲେ। ବିଧାୟକ ପ୍ରାର୍ଥୀ ନରୋତ୍ତମ ନାୟକ କଂଗ୍ରେସ କ୍ଷମତାକୁ ଆସିଲେ ଗଣତନ୍ତ୍ର ସୁରକ୍ଷା, ସମ୍ବିଧାନ ସୁରକ୍ଷା ସହିତ କୃଷିଋଣ ଛାଡ, ଚାଷୀଙ୍କୁ ମାସିକ ପେନସନ, ବିଜୁଳି ଦେୟ ଛାଡ଼, ବେକାରୀ ଭତ୍ତା, ଚିଟଫଣ୍ଡରେ ଠକେଇ ଟଙ୍କା ଫେରସ୍ତ ନେଇ ଦଳର ନିର୍ବାଚନୀ ଇସ୍ତାହାର ସମ୍ପର୍କରେ ଆଲୋଚନା କରିଥିଲେ। ନିର୍ବାଚନ ମଣ୍ଡଳୀ ପ୍ରଭାରୀ ପ୍ରେମ ଶଙ୍କର ମିଶ୍ର,କଂଗ୍ରେସ ନେତା ଗୋବିନ୍ଦ ଚନ୍ଦ୍ର ନାଏକ, ପୂର୍ବତନ ସରପଞ୍ଚ ଶ୍ରୀକାନ୍ତ ପ୍ରଧାନ, ପୂର୍ବତନ ସମିତି ସଭ୍ୟ ହରିଶଚନ୍ଦ୍ର ଦେହୁରୀ, ପୂର୍ବତନ ବ୍ଲକ ସଭାପତି କୁତାର୍ଥ ଦେହୁରୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପଦ୍ମଚରଣ ମାଝୀ, ପୂର୍ବତନ ସରପଞ୍ଚ ଅନନ୍ତ ଚରଣ ମାଝୀ, ପ୍ରତାପ ପ୍ରଧାନ, ଅଶୋକ ରଞ୍ଜନ ପ୍ରଧାନ, କାଳିଆ ସାହୁ, ସଞ୍ଜୟ ପ୍ରଧାନ, ନିରଞ୍ଜନ ମାଝୀଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ। ସଭା ଶେଷରେ ବିପିନ ବିହାରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

error: Content is protected !!