ଗଞ୍ଜେଇ ଚାଲାଣ କରି ବନ୍ଧା ହେଲେ ପୋଲିସ ! ଛତିଶଗଡ଼ରେ ଅନୁଗୁଳ ଟ୍ରାଫିକ ଏଏସ୍‌ଆଇ ଗିରଫ

You are currently viewing ଗଞ୍ଜେଇ ଚାଲାଣ କରି ବନ୍ଧା ହେଲେ ପୋଲିସ ! ଛତିଶଗଡ଼ରେ ଅନୁଗୁଳ ଟ୍ରାଫିକ ଏଏସ୍‌ଆଇ ଗିରଫ

ଅନୁଗୁଳ: ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଗିରଫ। ବୌଦ୍ଧରୁ ବଦଳି ହୋଇ ଅନୁଗୁଳ ଆସିଥିବା ଜଣେ ପୋଲିସ ଅଧିକାରୀ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଛତିଶଗଡ଼ ପୋଲିସ ହାତରେ ଧରାପଡ଼ିଛନ୍ତି। ଉକ୍ତ ପୋଲିସ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକର ଗଗନ ମେହେର। ସେ ଏଏସ୍ଆଇ ଭାବେ ପଦୋନ୍ନତି ପାଇ ତାଲିମ ନେବା ପରେ ଟ୍ରାଫିକ ଏଏସ୍‌ଆଇ ଭାବେ ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଥିଲେ।

ସୂଚନା ମୁତାବକ, ଗଗନ ସେ ଏକ କାରରେ ୭୦କେଜି ଗଞ୍ଜେଇ ସହ ଛତିଶଗଡ଼ ରାଜ୍ୟକୁ ଯାଉଥିବା ସମୟରେ ଛତିଶଗଡ଼ ପୋଲିସ ତାଙ୍କୁ ଧରିଥିଲା। କାର ଚାଳକ ହରଭଙ୍ଗା ବ୍ଲକ ସାଲକଟା ଗ୍ରାମର ରବୀନ୍ଦ୍ର ଭୋକ୍ତା ବୋଲି ଜଣାପଡ଼ିଛି। ଉଭୟଙ୍କୁ ଛତିଶଗଡ଼ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରକାଶ ଯେ ଶ୍ରୀ ମେହେର ବୌଦ୍ଧରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥୂବା ସମୟରେ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ତାଙ୍କ ବିରୋଧରେ ୨ ଥର ମାମଲା ହୋଇଥିଲା।

Share

Leave a Reply