ଅନୁଗୁଳ: ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଅନୁଗୁଳ ବିଜେପିର ମହିଳା ମୋର୍ଚ୍ଚା ତରଫରୁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ପୁଲିସ କର୍ମଚାରୀଙ୍କୁ ରକ୍ଷାବନ୍ଧନ କରି କୃତଜ୍ଞତା ଜ୍ଞାପନ କରାଯାଇଛି। ଜିଲ୍ଲାର ଆଗଧାଡ଼ିର କରୋନା ଯୋଦ୍ଧା ଡାକ୍ତର ଦୀପକ ଗଡ଼ନାୟକଙ୍କ ଘରକୁ ଯାଇ ମହିଳା ମୋର୍ଚ୍ଚା ସଦସ୍ୟମାନେ ରାକ୍ଷୀ ପିନ୍ଧାଇଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ କର୍ମଚାରୀମାନଙ୍କୁ ରାକ୍ଷୀ ବାନ୍ଧିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସେହିପରି କରୋନା କାଳରେ ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଜନତାଙ୍କ ସେବାରେ ନିୟୋଜିତ ପୁଲିସ୍ କର୍ମଚାରୀଙ୍କୁ ମହିଳା ମୋର୍ଚ୍ଚା ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା। ମହିଳା ମୋର୍ଚ୍ଚାର ନେତ୍ରୀମାନେ ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀଙ୍କୁ ରାକ୍ଷୀ ବାନ୍ଧିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସଂଘମିତ୍ରା ପ୍ରଧାନ, ରୋଜାଲିନ୍ ଦାସ, ଜିଲ୍ଲା ସାଧାରଣ ସମ୍ପାଦିକା ସୁଚିସ୍ମିତା ତ୍ରିପାଠୀ ଓ କୋଷାଧ୍ୟକ୍ଷା ଅପର୍ଣ୍ଣା ସାହୁ ପ୍ରମୁଖ ସାମିଲ ହୋଇଥିଲେ।
କରୋନା ଯୋଦ୍ଧାଙ୍କୁ ରାକ୍ଷୀ ବାନ୍ଧିଲେ
- Post published:August 23, 2021
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Biswaranjan Pattnaik

Tags: Angul