ପଞ୍ଚୁକ ପାଇଁ ସପ୍ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା, ପ୍ରଥମ ହେଲା ସାନଯୋରଡ଼ା

You are currently viewing ପଞ୍ଚୁକ ପାଇଁ ସପ୍ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା, ପ୍ରଥମ ହେଲା ସାନଯୋରଡ଼ା

ତାଳଚେର: ପଞ୍ଚୁକ ଅବସରରେ ତାଳଚେର ବ୍ଲକ ଲକେଇପଶିସ୍ଥିତ ଭାଗବତ ପ୍ରଚାର ସମିତି ଆନୁକୂଲ୍ୟରେ ସପ୍ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସମିତି ସଭାପତି ରସାନନ୍ଦ ଦାସ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରତିଯୋଗିତାରେ ବଡ଼ଯୋରଡା, ସାନଯୋରଡା, ଜରଡା, ଲକେଇପଶି, ବଡ ସିଙ୍ଗଡା, ରାଣୀଗୋଡା, କଙ୍କିଳି, ଡେରା ପ୍ରମୁଖ ଆଠଟି ଦଳ ଅଂଶଗ୍ରହଣ କରିଥିଲେ।
ଅଭିନେତା ହେମନ୍ତ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ଗବେଷକ ବିଭୂତି ଭୁଷଣ ସାହୁ, ଅରୁଣ କୁମାର ଗଡନାୟକ, ରାହାସ ଚନ୍ଦ୍ର ବିଶ୍ବାଳ ଓ ଦିଲ୍ଲୀପ ଦାସ ଦାୟିତ୍ବ ତୁଲାଇଥିଲେ।

ପ୍ରତିଯୋଗିତାରେ ସାନଯୋରଡ଼ା ପ୍ରଥମ ସ୍ଥାନ, ବଡଯୋରଡା ଦ୍ୱିତୀୟ ସ୍ଥାନ ଓ ଲକେଇପଶି ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମୁଖ୍ୟ ଅତିଥି ଭାବରେ ଭରତପୁର କ୍ଷେତ୍ର ଉପମହାପ୍ରବନ୍ଧକ ଏସ.କେ.ଶର୍ମା ଯୋଗ ଦେଇ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ସହ ଆଧ୍ୟାତ୍ମିକ ପୁସ୍ତକ ଉପହାର ଦେଇଥିଲେ। ରମେଶ ଦାସ, ପ୍ରଭାକର ଦାସ, ସିଲୁ ଦାସ, ପ୍ରଦୀପ ଦାସ, ବୀରେନ୍ ଦାସ, ସୁମନ ଦାସ, ଲାରା ଦାସ, ଉଚ୍ଛବ ଦାସ, ଭବାନୀ ସିଠ, ଭୋଳେଶ୍ବର ଦାସ ପ୍ରମୁଖଙ୍କ ସହ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ଅନୀଲ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply