ଅନୁଗୁଳ: ସୋମବାର ସଂନ୍ଧ୍ୟାରେ ସ୍ଥାନୀୟ ନାଲକୋ ନଗର ସ୍ଥିତ ଭିମ ଭୋଇ ବାଟିକାରେ ସନ୍ଥକବି ଭିମ ଭୋଇଙ୍କ ୧୭୬ ତମ ଜନ୍ମ ଉତ୍ସବ ବଡ ଧୁମଧାମରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନାଲକୋ ଉଦ୍ୟାନ ବିଭାଗର ଅଧିକାରୀ ପ୍ରଦିପ୍ତ କୁମାର ମଲ୍ଲିକ ଯୋଗଦେଇ ସନ୍ଥକବି ଭିମ ଭୋଇଙ୍କ ପ୍ରତିମୃତିରେ ପୁଷ୍ପ ମାଲ୍ୟା ଅର୍ପଣ କରିଥିଲେ। ସମ୍ମାନିତ ଅତିଥି ଭାବେ ନାଲକୋ ଇଷ୍ଟେଟର ଡେପୁଟି ମ୍ୟାନେଜର ଅଭିଷେକ ପାଢି ଯୋଗଦେଇଥିବା ବେଳେ ଯୋରନ୍ଦା ଗାଦିରୁ ମୁରଲିଧର ବାବା,କୁଲାଡ ମଠ ମହନ୍ତ ରବି ବାବା, ବିନୋଦ ବିହାରୀ ସେଠ, ପରେଶ୍ ଜେନା, ଅଜୟ ସେ,କୁଲାଡ ଅଲେଖ ମହିମା ମଠର ସଭାପତି ପ୍ରେମାନନ୍ଦ ସେଠ, ସାଧାରଣ ସମ୍ପାଦକ ପ୍ରଣବ କୁମାର ଜେନା,ନାଲକୋ ବିଦ୍ୟୁତ ମଜୁଦୁର ସଂଘର ସଭାପତି ପ୍ରକାଶ କୁମାର ସିଂହ,ସାଧାରଣ ସମ୍ପାଦକ ସୁଜିତ କୁମାର ସେଠ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବନ୍ଦା ଗ୍ରାମର ଅଲେଖ ମହିମା ସମାଜର ଭକ୍ତ ଆସି ନାମ ସଂକୀର୍ତ୍ତନ କରିଥିଲେ ।
ନାଲକୋ ନଗରରେ ସନ୍ଥକବି ଭୀମ ଭୋଇଙ୍କ ୧୭୬ତମ ଜୟନ୍ତୀ ପାଳିତ
- Post published:May 13, 2025
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Angul TV Bureau

Tags: Angul