ଶାନ୍ତି ଶୃଙ୍ଖଳାରେ ପୌରପାଳିକା ପରିଷଦ ବୈଠକ ସମ୍ପନ୍ନ

You are currently viewing ଶାନ୍ତି ଶୃଙ୍ଖଳାରେ ପୌରପାଳିକା ପରିଷଦ ବୈଠକ ସମ୍ପନ୍ନ

ଅନୁଗୁଳ: ଅନୁଗୁଳ ପୌରପାଳିକାର ପରିଷଦ ବୈଠକ ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଏହି ପରିଷଦ ବୈଠକରେ ଅନୁଗୁଳ ବିଧାୟକ ତଥା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ, ପୋୖରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଉପାଧ୍ୟକ୍ଷା ଅନୁପମା ସାହୁ, ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ,ସାଂସଦଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇଥିଲେ।ଗତ ମାସରେ ଅନେକ କାଉନସିଲର ବୈଠକକୁ ବର୍ଜନ କରିଥିଲେ ତେଣୁ ଆଜିର ବୈଠକ ବିଶେଷ ମହତ୍ୱ ରଖିଥିଲା।

ତେବେ ଗତ ସୋମବାର ସନ୍ଧ୍ୟାରେ a ସ୍ଥାନୀୟ ଏକ ହୋଟେଲରେ ବୈଠକକୁ ଅବାଧ କରିବା ପାଇଁ ଯେଉଁ ରଣନୀତି ପ୍ରସ୍ତୁତି ହୋଇଥିଲା ତାହା କାମ ଦେଇଥିଲା ଏବଂ କଥା କଥାକେ ନିଆଁ ଉଗାଳୁଥିବା କାଉନସିଲର ମାନେ ଆଜି ଚୁପ ଚାପ ବୈଠକରେ ଭାଗ ନେଇଥିଲେ।ସଭ୍ୟ ଶଙ୍କର ସେଠି ଉଠା ଦୋକାନୀଙ୍କ ସମସ୍ୟା ଏବଂ ୱାର୍ଡରେ ଝାଡୁଦାର ସମସ୍ୟା ସମାଧାନ ନେଇ ପ୍ରଶ୍ନ କରିଥିଲେ। ସଭ୍ୟ ସଦା ପଣ୍ଡା ଓ ବଳରାମ ଜେନା ଅଦ୍ୱୈତ ମାର୍ଗରେ ପୂର୍ବତନ ମନ୍ତ୍ରୀ ଅଦ୍ୱୈତ ବାବୁଙ୍କ ଏକ ମୂର୍ତି ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲେ।ପାଣି ମାହାର ବନ୍ଦ ଦ୍ୱାରା ଯେଉଁ ସମସ୍ୟା ହେଉଛି ସେଥିପ୍ରତି ଦୃଷ୍ଟି ଦେବାକୁ ସଭ୍ୟ ରଞ୍ଜିତ ମାଣ୍ଡଠିଆ କହିଥିଲେ। ବିଜେପି ସଦସ୍ୟ ମାନେ ଅନୁଗୁଳର ପୁଷ୍କରିଣୀ ଗୁଡିକର ପୁନରୁଦ୍ଧାର ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ।ଏହାଛଡା ରାସ୍ତା ଆଲୋକ ସମସ୍ୟା,ୱାର୍ଡ ଅଫିସ ଗଠନ ଉପରେ ଆଲୋଚନା ମଧ୍ୟ ହୋଇଥିଲା ।

Share

Leave a Reply